News
WhatsApp Image 2023-10-04 at 17.25.00
samparksetu

ଅସହାୟ ମହିଳାଙ୍କୁ ମାରପିଟ ଅଭିଯୋଗ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କୁଟୁଣିଆ ନୂଆ ସାହିର ଜଣେ ଅସହାୟ ମହିଳାଙ୍କୁ ସେହି ଅଞ୍ଚଳର କେତେକ ଅସାମାଜିକ ଯୁବକ ମାଡ ମାରିଥିବାର ଅଭିଯୋଗ ହୋଇଛି ।ସ୍ବର୍ଗତ ଅଜୟ ଭୋଇଙ୍କ ସ୍ତ୍ରୀ ସୁନିତା ଙ୍କ କହିବା ଅନୁଯାୟୀ ସ୍ବାମୀଙ୍କ ମୃତ୍ଯୁବରଣ ପରେ ସେ ଦୁଇ ପିଲାମାନଙ୍କୁ ନେଇ କୁଟୁଣିଆ ରେ ଥିବା ନିଜ ବାପାଙ୍କ ଘରେ ୯ ବର୍ଷ ହେଲା ରହି ଆସୁଛନ୍ତି ।

ସୁନିତା ଙ୍କ କୌଣସି ଜମି ନଥିବାରୁ ସେ ବାପାଙ୍କ ଘର ପାଖରେ ଦୀର୍ଘ ଦିନ ଧରି ଖାଲି ପଡିଥିବା ସରକାରୀ ଜମିରେ ଫସଲ ପାତି କରି ଚଳୁଥିଲେ ।ଗତ କିଛିଦିନ ଧରି ଉକ୍ତ ଅଞ୍ଚଳର କେତେକ ଯୁବକ ସେ ଜମିକୁ ବିକ୍ରି କରିବାକୁ ଯୋଜନା କରି ସେଠାକୁ ସୁନିତାଙ୍କୁ ନ ଆସିବାକୁ ଧମକାଇଥିଲେ। ଏହାକୁ ଅଣଦେଖା କରି ଗତ ରବିବାର ସେହି ଜମିରୁ ଘାସ ବାଛୁ ଥିବା ବେଳେ ସମ୍ପୃକ୍ତ ଯୁବକ ମାନେ ଆସି ତାଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରିଥିଲେ ।ଏଥିସହ ପୁଣି ଜମିରେ ପାଦପକାଇଲେ ପୁରା ପରିବାର କୁ ଜୀବନରେ ମାରିଦେବାର ଧମକ ଦେଇଥିଲେ ବୋଲି ସୁନିତା ଥାନାରେ ଅଭିଯୋଗ କରିଛନ୍ତି ।ତାଙ୍କ ପରିବାର ପ୍ରତି ବିପଦ ରହିଥିବା ବେଳେ ତାଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

new life
You might also like
error: Content is protected !!