News
WhatsApp Image 2023-10-04 at 17.25.00
samparksetu

ଉତ୍କଳର ଭାଷା ଓଡ଼ିଆ ଗୈାରବ

ଉତ୍କଳ ମାଟିରେ ଜନ୍ମ ନେଇଥିଲ
                 ଓଡ଼ିଆ ସନ୍ତାନ ବୀର
ଅମରେ  ଆଜି ଜୟଗାନ ତବ
                  ଉତ୍କଳ ଦିବସ ସୂର।
ଉତ୍କଳ ମାଟିର ପୂରୁବ ଗୌରବ
                   ମଧୁସୂଦନଙ୍କ ନାମ
ଫକିର ମୋହନ, ଗୋପବନ୍ଧୁ ଦାସ
                ଉତ୍କଳର ମହାମାନ୍ୟ  ।

ଗୈାରୀଶଙ୍କର , ରାମକୃଷ୍ଣ ଦାସ
                 ଗଜପତି କୃଷ୍ଣ ଚନ୍ଦ୍ର 
ଓଡ଼ିଆ ସାହିତ୍ୟ ଉତ୍କଳ  ମାଟିର  
                     ହରେ କୃଷ୍ଣ ମହତାବ।
ବୀର ପ୍ରସବିନୀ ଉତ୍କଳର   ପୁତ୍ର
               ଓଡ଼ିଶା ପ୍ରଦେଶ ପାଇଁ
ଓଡ଼ିଆ ଭାଷାର ସମ୍ମିଳନୀ କଲେ
                ଉତ୍କଳ ସମାଜ ପାଇଁ।
ଇଂରେଜମାନଙ୍କ ଶାସନ କାଳରେ
               ଓଡ଼ିଆକୁ କରେ ବୋକା
ଉତ୍କଳ ସମାଜ ଗଢିଲେ ଓଡ଼ିଆ
                ଇଂରେଜ କୁ ବଡ଼ ଶିକ୍ଷା ।

ଭାରତ ବର୍ଷର ଚାରିଧାମେ ଅଟେ
                  ସୂତନ୍ତ୍ର ଓଡ଼ିଶା ଭୁଇଁ
ଜଗନ୍ନାଥ ନାମେ ଉତ୍କଳ ର ଧାମେ
                  ରହିଛି ଓଡ଼ିଆ ପାଇଁ।
     ଆଜିର ଦିନରେ ଶପଥ କରିବା   
              ଭାଷା ସଂସ୍କୃତିର ପାଇଁ
ଓଡ଼ିଆ ଭାଷାକୁ  ପ୍ରାଧାନ୍ୟ ରଖିବା
                ମାତୃଭୂମି ଯଶଃ ପାଇଁ ।

✍️ଛବିରାମ ସେଠି
   

new life
You might also like
error: Content is protected !!