News
WhatsApp Image 2023-10-04 at 17.25.00
samparksetu

ଉଦ୍ଭିଦ ବିଜ୍ଞାନ ବିଭାଗର ଜାତୀୟ ସମ୍ପାନ

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଓଦିଶା ବଟନୀକାଲ ସୋସାଇଟି ଓ ସ୍ନାତକୋତର ବିଭାଗ ମିଳିତ ସହଯୋଗରେ ଏକ ଜାତୀୟ ସୋପାନ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପିକା,ଅଧ୍ୟାପକ,ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।

ମହାବିଦ୍ୟାଳୟର ଅଧ୍ୟକ୍ଷ ରଣଜିତ୍ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ମାନେ ସେମିନାରରୁ ଉପଲବ୍ଧ ଜ୍ଞାନ ହାସଲ କରିବା ସହିତ ତାକୁ କାମରେ ଲଗାଇବା ପାଇଁ କହିଥିଲେ । କାର୍ଯ୍ୟକ୍ରମରେ ରମାଦେବୀ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଚେୟାରମ୍ୟାନ ପ୍ରଫେସର ଚଣ୍ଡିଚରଣ ରଥ ଯୋଗଦେଇ ଶରୀରରେ ବିଭିନ୍ନ ପ୍ରକାରର ଔଷଧ ପ୍ରତିରୋଧ ହୋଇଯାଉଥିବା ବେଳେ ଔଷଧୀୟ ଉଦ୍ଭିଦ ମାନେ ହିଁ ଶେଷ ଉତ୍ସ ବୋଲି କହିଥିଲେ ।

କାର୍ଯ୍ୟକ୍ରମକୁ ଚିନ୍ମୟୀ ସାହୁ,ଅନିଶା ରଥ,ରାଧିକା ବନାନୀ,ଶିବାନୀ ଶୁଭଙ୍କରୀ,ଉପାସନା ପଣ୍ଡା,ଲିଜାରାନି ସେନାପତି ସଙ୍ଗୀତ ନନ୍ଦ ପ୍ରମୁଖ ସହଯୋଗ କରିଥିଲେ ।

new life
You might also like
error: Content is protected !!