News
WhatsApp Image 2023-10-04 at 17.25.00
samparksetu

କଳିଙ୍ଗା ଗାଁ ର ଜନ ବସତି ମଧ୍ୟରେ ସ୍ଥାପିତ ପାଉଁଶ ଇଟା କାରଖାନା ପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କଳିଙ୍ଗା ଗାଁ ର ଜନ ବସତି ମଧ୍ୟରେ ସ୍ଥାପିତ ପାଉଁଶ ଇଟା କାରଖାନା ପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

ସୂଚନା ମୁତାବକ ଏହି ଗାଁ ର ବରୁଣ କୁମାର ସର ନାମକ ବ୍ଯକ୍ତିଙ୍କ ଦ୍ବାରା ସ୍ଥାପିତ ପାଉଁଶ ଇଟା ଫାକ୍ଟୋରି ଏବେ ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଇଟା ଫାକ୍ଟୋରିକୁ ଗାଁ ର ଏଲଟି ଲାଇନରୁ ସଂଯୋଗ ଦିଆଯାଇଛି ଯେଉଁ କାରଣ ପାଇଁ ବିଜୁଳି ବିଭ୍ରାଟ ଦେଖାଯାଉଛି।

ତାଛଡା ଫାକ୍ଟୋରିର ପାଉଁଶ ନିକଟସ୍ଥ ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବା ଆଶଙ୍କା ରହିଛି। ଇଟା ଫାକ୍ଟୋରି ସ୍ଥାପନ ପାଇଁ ପଞ୍ଚାୟତ ପକ୍ଷରୁ ଆବଶ୍ୟକ ସର୍ତ୍ତ ପୂରଣ ହୋଇ ନଥିବାରୁ ସରପଞ୍ଚ ମଧ୍ୟ ପ୍ରକାଶ କରିଛନ୍ତି। ଆଜି ଏ ସମ୍ପର୍କରେ ଗ୍ରାମବାସୀ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଇଟା ଫାକ୍ଟୋରିକୁ ତୁରନ୍ତ ବନ୍ଦ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

new life
You might also like
error: Content is protected !!