News
WhatsApp Image 2023-10-04 at 17.25.00
samparksetu

ଗଁଦିଆ ବ୍ଲକ ବରିଷ୍ଠ ନାଗରିକ ମଞ୍ଚର ଉପ ସଭାପତିଙ୍କ ପରଲୋକ

ଗଁଦିଆ ବ୍ଲକ ଷଡ଼ଙ୍ଗୀ ଗ୍ରାମ ବାସିନ୍ଦା ଜୟ ଦେବ ବେହେରା(୭୪) ଙ୍କର ଗତ କାଲି ସନ୍ଧ୍ୟା ରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ସେ ହୃଦଘାତ ରୋଗରେ ପୀଡିତ ଥିବର ସୂଚନା ମିଳିଛି ।

ସେ ଜଣେ ପରଉପକାରୀ ମିଷ୍ଟ ଭାସି ସମାଜସେବି ଭାବରେ ଜଣାଶୁଣା ଥିଲେ । ତାଙ୍କର ଦେହାନ୍ତରେ ଉକ୍ତ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

ସେ ରାଜ୍ୟ ଗ୍ରାମ ସେବକ ସଂଘ ରେ ବହୁଦିନ ଧରି ସଭାପତି କାର୍ଯ୍ୟ ସଂପାଦନ କରିଥିଲେ , ଢେଙ୍କାନାଳ ଜିଲ୍ଲା ଅମଲା ସଂଘ ସଭାପତି ଭାବେ ଅନେକ ଦିନ କାମ କରିବା ସହ ଷଡ଼ଙ୍ଗୀ ପାଲା କମିଟି ,ହାଇ ସ୍କୁଲ ଓ କଲେଜ ପରିଚାଳନା କମିଟି ସଦସ୍ୟ , ଷଡ଼ଙ୍ଗୀ ବାଲୁଙ୍କେଶ୍ୱର ମନ୍ଦିର କାର୍ଯ୍ୟରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ।

ସେ ଗଁଦିଆ ବ୍ଲକ ବରିଷ୍ଠ ନାଗରିକ ମଞ୍ଚର ଉପ ସଭାପତି ମଧ୍ୟ ଥିଲେ ତାଙ୍କର ବିୟୋଗରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।

new life
You might also like
error: Content is protected !!