News
WhatsApp Image 2023-10-04 at 17.25.00
samparksetu

ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ , କ୍ଷତିପୂରଣ ପାଇଁ ଅଞ୍ଚଳବାସୀ କଲେ ରାସ୍ତାରୋକ

କଟକରର ଚିକିତ୍ସିତ ଅବସ୍ଥାରେ ଢେଙ୍କାନାଳ ସହର କଣ୍ଟାନାଳୀ ର ବିକ୍ରମ ପ୍ରଧାଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ ,ଗତ ୧୬ ତାରିଖ ବିଳମ୍ବିତ ରାତିରେ କଣ୍ଟାନାଳୀ ର ଦିନେଶ ଦେହୁରୀ ସରୋଜ ସ୍ୱାଇଁ , ବିକ୍ରମ ପ୍ରଧାନ କୌଣସି କାମରେ ଯାଇ ବାଇକ ଯୋଗେ ଘରକୁ ଫେରୁଥିଲେ ।ବାଇପାସ ର କିଛି ବାଟ ପୂର୍ବରୁ ଏକ କାର ପଛପଟୁ ବାଇକ କୁ ଧକ୍କା ଦେଇଥିଲା ।

ବାଇକ ରେ ଥିବା ୩ଜଣ ବାଇକ ରୁ ଛିଟିକି ପଡିଥିଲେ । କାର ଏବଂ ବାଇକ ରେ ଥିବା ୫ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ବାଇକରେ ଆସୁଥିବା ୩ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ପଠା ଯାଇଥିଲା, ସେଠାରେ ଚିକିତ୍ସିତ ଅବସ୍ଥାରେ ଗତକାଲି ବିକ୍ରମ ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ବେଳେ , ତାଙ୍କ ଶବ ଘରକୁ ଆସିବା ପରେ କ୍ଷତି ପୂରଣ ଦାବିରେ ବାଇପାସ ରେ ଥିବା ରାଜପଥ କୁ ଅବରୋଧ କରିଥିଲେ । ପରେ ପ୍ରଶାସନ ତରଫରୁ ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା ।

new life
You might also like
error: Content is protected !!