ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡ଼ାହାଡ଼ ତହସିଲ ଅନ୍ତର୍ଗତ ଝୀଲ୍ଲି ଗ୍ରାମ ନିକଟରେ ଥିବା ପଥର ଖଣିକୁ ନେଇ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ ଉକ୍ତ ଗ୍ରାମବାସୀ । ବେଆଇନ ବ୍ଲାଷ୍ଟିଂ କରି , ବେଧଡକ ରେ ଗଛ କାଟି ପଥର ଖନନ କରିବା ଦ୍ୱାରା ବହୁତ ଘର ନଷ୍ଟ ହେବା ସହିତ ଧୂଆଁ ଧୂଳିକୁ ନେଇ ବହୁ ରୋଗ ଆକ୍ରାନ୍ତ ହେବା ସହ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ।
ବାରମ୍ବାର ଗ୍ରାମବାସୀ ମହାବୀର ରୋଡ ରାଜସ୍ବ ନୀରିକ୍ଷକ ଠାରୁ ଆରମ୍ଭ କରି ଢେଙ୍କାନାଳ ଜିଲ୍ଲାପାଳଙ୍କ ଓ ବନପାଳ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିଆସୁଥିଲେ ମଧ୍ୟ କୈାଣସି ସମସ୍ୟା ସମାଧାନ ସୋଇପାରୁନଥିଲା । ବରଂ ଖଣି ମାଲିକ ପ୍ରଶାସନକୁ ହାତରେ କରି ସ୍ଥାନୀୟ ଲୋକ ମାନଙ୍କୁ ବିଭିନ୍ନ ସମୟରେ ଧମକ ଓ ମିଥ୍ୟା ମାମଲା ରୁଜୁ କରୁଥିଲା ।
ଝୀଲ୍ଲି ଗ୍ରାମବାସୀ ଅତିଷ୍ଠ ହୋଇଥିବା ବେଳେ ସାମାଜିକ କର୍ମୀ ଶାନ୍ତନୁ କୁମାର ଭୁକ୍ତା, ସୁକାନ୍ତି ପ୍ରଧାନ, ସିପ୍ରା ପ୍ରଧାନ, ପ୍ରେମାନନ୍ଦ ପ୍ରଧାନ,ଶୈଳ ପ୍ରଧାନ ତା୧୦/୦୭/୨୦୨୦ ରିଖରେ ଜାତୀୟ ସବୁଜ ପ୍ରାଧିକରଣ ନିକଟରେ ଦ୍ଵାରସ୍ଥ ହେବାକୁ ପଡ଼ିଥିଲା ଯାହାର ଦରଖାସ୍ତ ନମ୍ବର-୮୩/୨୦୨୦ । ଉକ୍ତ ଖଣିରୁ ପଥର ଖନନ ନିମନ୍ତେ ବାର୍ଷିକ ୩୫୦୦ କ୍ୟୁବିକ ମିଟର ଉତ୍ତୋଳନ କରିବା ପାଇଁ ଅନୁମତି ଥିବା ବେଳେ ଖଣିରୁ ପ୍ରଚୁର ପରିମାଣରେ ପଥର ଖନନ କରି ଚିନ୍ମୟ କୁମାର ନାୟକଙ୍କ ନାମରେ ଥିବା ମହାବୀର ଷ୍ଟୋନ କ୍ରସରେ ପଥରକୁ ବ୍ୟବହାର କରାଯାଏ ।
ଉକ୍ତ କ୍ରସର ରୁ ପଥର ନେଇ କାମାକ୍ଷାନଗର ଠାରୁ ତାଳଚେର ଜାତୀୟ ରାଜପଥ ୫୩ ସଂପ୍ରସାରଣ ରେ ଲାଗିଥିବା କୁନାଲ ଷ୍ଟ୍ରକ୍ଚର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ନାମକ ଏକ ଠିକା ସଂସ୍ଥା ଶ୍ରୀ ନାୟକଙ୍କ ଠାରୁ ନେଇ ଉକ୍ତ କାର୍ଯ୍ୟରେ ବ୍ୟବହୃତ କରୁଥିଲେ ।
ଜାତୀୟ ସବୁଜ ପ୍ରାଧିକରଣ ଆବେଦନକାରୀ ଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଦେଖି ଏକ କମିଟି ଗଠନ କରିଥିଲେ ଉକ୍ତ କମିଟିରେ ଢେଙ୍କାନାଳ ଜିଲ୍ଲାପାଳ, ବନବିଭାଗ,ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜ୍ୟ ପରିବେଶ ପ୍ରଭାବ ଆକଳନ ପ୍ରାଧିକରଣ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଅଧିକାରୀମାନଙ୍କ ଦ୍ବାରା କମିଟି ୨୫/୦୬/୨୦୨୧ ରିଖରେ ଝିଲ୍ଲୀ ଖଣିକୁ ଆସି ଅନୁଧ୍ୟାନ କରିଥିଲେ ।
ଅକ୍ଟୋବର ୮ ତାରିଖ ଦିନ ସତ୍ୟପାଠ ମାଧ୍ୟମରେ ମାନ୍ୟବର କୋର୍ଟକୁ ଅଧିକ ପରିମାଣରେ ପଥର ଖନନ ନିମନ୍ତେ ୩,୫୦,୭୦,୬୧୦ ଟଙ୍କା , ବେଆଇନ ଭାବେ ଗଛ କଟା ନିମନ୍ତେ ଢେଙ୍କାନାଳ ବନପାଳ ୪,୦୭,୧୧୫ ଟଙ୍କା ସେହିପରି କଙ୍କଡ଼ାହାଡ଼ ତହସିଲଦାର ଓଏମଏମସି ନିୟମ ଅନୁସାରେ ଅନୁମତି ଠାରୁ ଅଧିକ ପଥର ଖନନ କରିବା ନେଇ ପାଞ୍ଚଲକ୍ଷ ଟଙ୍କା ଜୋରିମାନା ଦେବାକୁ ଖଣି ମାଲିକ ଚିନ୍ମୟ କୁମାର ନାୟକଙ୍କୁ ଦର୍ଶାଯାଇ ।
ତା ୦୩/୧୨/୨୦୨୧ ରିଖରେ ସମସ୍ତ ତଥ୍ୟପାଠକୁ ଦେଖି ମାନ୍ୟବର କୋର୍ଟ ବିଚାରପତି ଜଷ୍ଟିସ ଆଦର୍ଶ କୁମାର ଗୋଏଲ, ଜଷ୍ଟିସ ସୁଧୀର ଅଗ୍ରୱାଲ, ଜଷ୍ଟିସ ଅମିତ୍ ଷ୍ଟାଲେକାର, ଜଷ୍ଟିସ ନଗିନ୍ ନନ୍ଦ, ଜଷ୍ଟିସ ସୈବାଳ ଦାସଗୁପ୍ତା ପାଞ୍ଚଜଣ ଖଣ୍ଡପୀଠ ଉକ୍ତ ଅନୁମତି ଠାରୁ ଅଧିକ ପଥର ଖନନ, ବେଆଇନ ବ୍ଲାଷ୍ଟିଂ, ବେଆଇନ ଗଛକଟା କୁ ଦୃଷ୍ଟିରେ ରଖି ଖଣି ମାଲିକ ଚିନ୍ମୟ କୁମାର ନାୟକଙ୍କୁ ପାଞ୍ଚ କୋଟି ଟଙ୍କାର ଅର୍ଥରାଶି ଏକ ମାସରେ ଦାଖଲ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।
ଏକ ମାସ ଭିତରେ ଉକ୍ତ ଜୋରିମାନା ଦାଖଲ ନକଲେ ଶ୍ରୀଯୁକ୍ତ ନାୟକ ନାମରେ ଅପରାଧିକ ଓ ଆଇନ୍ ଅନୁଯାୟୀ ମାମଲା ରୁଜୁ କରାଯିବା ନିମନ୍ତେ ମାନ୍ୟବର ଖଣ୍ଡପୀଠ କହିଛନ୍ତି , ସେହିପରି ପଥର ଖଣି ଯୋଗୁଁ ପାଖରେ ଥିବା ଘର କ୍ଷୟକ୍ଷତି ନିମନ୍ତେ ଢେଙ୍କାନାଳ ଜିଲ୍ଲାପାଳ ଙ୍କୁ ଆବେଦନ କରି ପାରିବେ ବୋଲି ମାନ୍ୟବର କୋର୍ଟ କହିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ମାମଲାକୁ ବରିଷ୍ଠ ପରିବେଶବିତ୍ ତଥା ଆଇନଜୀବୀ ଶ୍ରୀଯୁକ୍ତ ଶଙ୍କର ପ୍ରସାଦ ପାଣି ଲଢ଼ୁଥିଲେ । ଆଜି ମାନ୍ୟବର କୋର୍ଟଙ୍କ ଶେଷ ଶୁଣାଣି ନେଇ ଝିଲ୍ଲି ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି ।