News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ସହର ରେ ପରିମଳ ବ୍ୟବସ୍ଥା ଶୋଚନୀୟ ; ମୁନିସିପାଲିଟି ନିର୍ବାହୀ ଅଧିକାରୀ ଙ୍କୁ ଘେରିଲା ଆପ୍

ଢେଙ୍କାନାଳ ସହର ରେ ମୁନିସିପାଲିଟି ତରଫରୁ ମଶାତେଲ ସିଞ୍ଚନ, ସାନି ଟାଈଜ଼ଏସନ ତଥା ଡ୍ରେନ ଗୁଡିକ ସଫା କରିବା ପାଇଁ ମୁନିସିପାଲିଟି ତରଫରୁ ଉପଯୁକ୍ତ ପଦକ୍ଷେପ ନିଆ ନଯାଉ ଥିବାରୁ ସହର ରେ ପ୍ରବଳ ଜନ ଅସନ୍ତୋଷ ଲାଗିରହିଛି ।

ବିଭିନ୍ନ ଗଣ ମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମ ରେ ଲୋକ ମାନେ ପ୍ରତିକ୍ରିୟା ରଖିବା ପରେ ନିଜ ଆଡୁ ସଫେଇ ଦେବାକୁ ଯାଇ ପୌର ପାଳିକା ରେ ନିର୍ବାହୀ ଅଧିକାରୀ ଅତନୁ ସାମନ୍ତ ଗତ କାଲି ଏକ ପ୍ରେସ ବିବୃତି ଦ୍ୱାରା ସହର ରେ ପରିମଳ ବ୍ୟବସ୍ଥା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ଜଣାଇଥିଲେ ।

ନିର୍ବାହୀ ଅଧିକାରୀ ଙ୍କ ଉକ୍ତ ପ୍ରେସ ବିବୃତି ଭ୍ରମାତ୍ମକ ବୋଲି ଉଦବୋଧ କରି ଢେଙ୍କାନାଳ ଆପ୍ ଦଳ ର ବରିଷ୍ଠ ସଦସ୍ୟ ଶ୍ରୀ ଆଶିଷ ମିଶ୍ର ଙ୍କ ନେତୃତ୍ୱ ରେ ଆଜି ନିର୍ବାହୀ ଅଧିକାରୀ ଙ୍କୁ ତାଙ୍କ ର ପ୍ରେସ ବିବୃତି ଭୁଲ ବୋଲି ଦାବୀ କରିବା ସହ ଏଭଳି ଭ୍ରମାତ୍ମକ ବିବୃତି ରୁ ନିବୃତ ରହିବା କୁ ଚେତାବନୀ ଦେଇଥିଲା ।ଏହା ସହିତ ସାରା ସହରର ବିଭିନ୍ନ ୱାର୍ଡ ରେ ନିୟମିତ ମଶା ତେଲ ସିଞ୍ଚନ, ମଶା ଧୂଆଁ ସିଞ୍ଚନ କରେଇବା ପାଇଁ ଦୃଢ ଦାବୀ ରଖିଲେ ।

ସହର ର ସମସ୍ତ ଡ୍ରେନ ଗୁଡିକ ସଫା ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବୀ ମଧ୍ୟ କରାଯାଇଛି । ଉକ୍ତ ଦାବୀ ସମୟରେ ଜିଲ୍ଲା ଆପ୍ ସମ୍ପାଦକ ଆଇନଜୀବି ପ୍ରକାଶ ଚନ୍ଦ୍ର ରାଉତ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।

new life
You might also like
error: Content is protected !!