News
WhatsApp Image 2023-10-04 at 17.25.00
samparksetu

ଦେଶୀମଦ ସହ ଅଟୋ ଜବତ , ୮ ଗିରଫ୍

ଢେଙ୍କାନାଳ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଅବକାରୀ ବିଭାଗ ପକ୍ଷରୁ ସଦର ଏବଂ ଗଁଦିଆ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ୨୦୧ ଲିଟର ଦେଶୀମଦ ଜବତ କରାଯାଇ ୮ ଜଣଙ୍କୁ ଗିରଫ୍ କରାଯାଇଛି ।

ଏଥିସହ ଏକ ଅଟୋ କୁ ଅବକାରୀ ବିଭାଗ ଜବତ କରିଛି । ଅବକାରୀ ବିଭାଗ ପକ୍ଷରୁ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଢୋଲପଶି ଗ୍ରାମର ଛବି ପ୍ରଧାନଙ୍କ ଠାରୁ ୧୭ଲିଟର , ପାରିଖେଦା ଗ୍ରାମର ତପନ ନଏକଙ୍କଠାରୁ ୧୨ ଲିଟର , ସାରଙ୍ଗ ନାଏକଙ୍କ ଠାରୁ ୧୨ ଲିଟର ଏବଂ ଦୁଧୁକାଟେଣି ଗ୍ରାମର ବୈକୁଣ୍ଠ ସାହୁଙ୍କଠାରୁ ୮୦ ଲିଟର ଦେଶୀମଦ ସହ ଅଟୋ ଜବତ ହୋଇଛି ।

ସେହିପରି ଗଁଦିଆ ଥାନା ଅନ୍ତର୍ଗତ ପୋରୁହଖୋଜ ଗ୍ରାମର ଅମିନ ନଏକଙ୍କଠାରୁ ୨୦ ଲିଟର ଓ ପ୍ରଫୁଲ୍ଲ ସାହୁଙ୍କ ଠାରୁ ୨୦ ଲିଟର , ବାରଦା ଗ୍ରାମର ତ୍ରିନାଥ ସାହୁଙ୍କଠାରୁ ୩୦ ଲିଟର , କରମୂଳ ଗ୍ରାମର ଆର୍ତ୍ତତ୍ରାଣ ବେହେରାଙ୍କଠାରୁ ୧୦ ଲିଟର ଦେଶୀ ମଦ ଜବତ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ୍ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

new life
You might also like
error: Content is protected !!