News
WhatsApp Image 2023-10-04 at 17.25.00
samparksetu

ନବନିର୍ମାଣ ଭୁବନ ବ୍ଲକ କୃଷକ ସଂଗଠନ ର ସତ୍ୟାଗ୍ରହ ପାଇଁ ପ୍ରସ୍ତୁତି

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସ୍ତରୀୟ ନବ ନିର୍ମାଣ କୃଷକ ସଂଗଠନ ର ସତ୍ୟାଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଭୁବନ ଲକ୍ଷ୍ମୀ ବଜାର ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ପ୍ରଭାରୀ ଅଶ୍ୱିନୀ ଙ୍କ ଆବାହକତ୍ୱ ରେ ଅନୁଷ୍ଠିତ ବୈଠକ ରେ ଭୁବନ ର କୃଷକ ପୂର୍ଣ୍ଣ ଚନ୍ଦ୍ର ସାହୁ, କୃଷକ ବିକାଶ ପରିଷଦ ର ରଥ ସେଠି ବ୍ଲକ ସଂଗଠନ ର ମୁରବି ଘନଶ୍ୟାମ ମାଝୀ ,ଦୁର୍ଗା ପ୍ରସାଦ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ .।

ସେପ୍ଟେମ୍ବର ୨୪ତାରିଖ ରେ ଯମୁନାକୋଟ ପାଲା ମଣ୍ଡପ ଠାରେ ନବନିର୍ମାଣ କୃଷକ ସଂଗଠନ ର ରାଜ୍ୟ ମୁଖ୍ୟ ଅକ୍ଷୟ କୁମାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବ୍ଲକ ସ୍ତରୀୟ କାର୍ଯ୍ୟକର୍ତା ଙ୍କୁ ଏକତ୍ରିତ କରି ଚଣ୍ଡିଖୋଲ ଠାରେ ଅକ୍ଟୋବର ୧୪ରେ ହେବାକୁ ଥିବା ସତ୍ୟାଗ୍ରହ ରେ କିଭଳି କୃଷକ ସେମାନଙ୍କ ନାର୍ଯ୍ୟ ଦାବି ହାସଲ କରିବେ ସେ ନେଇ ଆଲୋଚନା ହେବ ବୋଲି ପ୍ରଭାରୀ ଅଶ୍ୱିନୀ ପ୍ରକାଶ କରିଥିଲେ ।

new life
You might also like
error: Content is protected !!