News
WhatsApp Image 2023-10-04 at 17.25.00
samparksetu

ପିକ୍ଅପ ଧକ୍କାରେ ଜଣେ ମୃତ ,୧ଗୁରୁତର

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼-ଗଡ଼ପଳାଶୁଣି ପୂର୍ତ୍ତ ବିଭାଗ ରାସ୍ତାର ଗୋବରୀ ଗାଁ ନିକଟରେ ପିକ୍ ଅପ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତ ବାଇକ ଆରୋହୀ ଜଣଙ୍କ ମହାବିରୋଡ଼ ଥାନା ଡୋଲିଆ ଗାଁର ମିଲୁ ସିଂହ । ଗୁରୁତର ଯୁବକ ଜଣକ ସେହି ଗାଁର ବାପୁନ ସିଂହ ।

ସୂଚନା ଅନୁଯାୟୀ , ୨ଜଣ ଘରୁ ବାଇକ ଯୋଗେ ଡୋଲିଆ ଗାଁ ପୁରୁଣା ସାହିକୁ ଯାଉଥିବା ବେଳେ କଙ୍କଡ଼ାହାଡ଼ ଆଡୁ ଦ୍ରୁତ ଗତିରେ ଆସୁଥିବା ଏକ ପିକଅପ ଗାଡି ମୁହାଁମୁହିଁ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ମିଲୁଙ୍କ ମୃତ୍ୟୁ ହୋଇଥିଲା । ତେବେ ଗୁରୁତରଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏ ନେଇ ଗୋବରୀ ଗାଁ ନିକଟରେ ବେଶ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା ।

new life
You might also like
error: Content is protected !!