News
WhatsApp Image 2023-10-04 at 17.25.00
samparksetu

ଭୁବନ ବିଜେପି ର ବୈଠକ ; ବିଜେପି ରେ ସାମିଲ ହେଲେ ରଥ ସେଠୀ

ଭୁବନ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ବିଜେପି ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଇଯାଇଛି । ଏହି ଵୈଠକରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ବିଜେପିର ବିଧାୟକ ପ୍ରାର୍ଥୀ ଶତ୍ରୁଘ୍ନ ଜେନା ପୂର୍ବତନ ଜିଲ୍ଲା ସଭାପତି ପ୍ରେମାନନ୍ଦ ଜେନା ଯୋଗ ଦେଇଥିଲେ ।

ନଗରମଣ୍ଡଳର ସଭାପତି ଭବାନୀ ବେହେରା ସଭା ପରିଚାଳନା କରିଥିଲେ ।ଏହି ସଭାରେ ବିଧିବଦ୍ଧ ଭାବେ ରଥ କିଶୋର ସେଠୀ ବିଜେପିରେ ଯୋଗଦାନ କରିଛନ୍ତି । ତାଙ୍କୁ ବିଜେପି ଉତ୍ତରୀୟ ପୁଷ୍ପ ଗୁଛ ଦେଇ ସ୍ୱାଗତ କରାଯାଇଥିଲା ।

ଶ୍ରୀ ସେଠୀ ପୂର୍ବରୁ ଭୁବନ ଡାକ୍ତରଖାନା ର ଚାକିରୀ କରି ସେବା ଯୋଗାଇବା ସହ ବର୍ତ୍ତମାନ ଭୁବନ କୃଷକ ବିକାଶ ପରିଷଦ ର ସମ୍ପାଦକ ଦାଇତ୍ୱ ତୁଲାଉଛନ୍ତି ।

ପୈାର ନିର୍ବାଚନକୁ ଆଖି ଆଗରେ ରଖି ପୁଙ୍ଖାନୁପୁଙ୍ଖ ଆଲୋଚନା ହେଇଥିଲା ଏହା ସହିତ ରାଜ୍ୟ ବିଜେପି ତରଫରୁ ଭୁବନ ନଗରର ନୂତନ ଭାବରେ ନିର୍ବାଚନ ପ୍ରଭାରୀ ଭାବରେ ନିଯୁକ୍ତ ପାଇଥିବା ସମିରକୁମାର ସାହୁଙ୍କୁ ନଗର ମଣ୍ଡଳ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

new life
You might also like
error: Content is protected !!