News
WhatsApp Image 2023-10-04 at 17.25.00
samparksetu

ମା ବାଉତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ;ଫାଇନାଲରେ ପୋଡ଼ାପଡ଼ା କୁ ହରାଇ ପଞ୍ଚୁପଟି ଚମ୍ପିୟାନ

ଓଡ଼ାପଡ଼ା ବ୍ଲକ କାଉଁରିଆପାଳ ଠାରେ ମା ବାଉତୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ମା ବାଉତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ।

ଗତ ୨୩ ଜାନୁଆରୀ ରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ପ୍ରତିଦିନ ୭-୭ ଓଭର ବିଶିଷ୍ଟ ୪ଟି ଲେଖାଏଁ ମ୍ୟାଚ ଖେଳାଯାଉଥିଲା ।

ଅନ୍ତିମ ଦିବସରେ ସେମି ଫାଇନାଲ ରେ ବଉଳପୁର କୁ ହରାଇ ପଞ୍ଚୁପଟି ଓ ବାଙ୍ଗୁରସିଂହ କୁ ହରାଇ ପୋଡ଼ାପଡ଼ା ଫାଇନାଲରେ ପ୍ରବେଶ କରିଥିଲେ ।

ଫାଇନାଲ ରେ ପ୍ରଥମେ ବ୍ୟାଟିଂ କରି ପୋଡ଼ାପଡ଼ା ନିର୍ଦ୍ଧାରିତ ୭ ଓଭର ରେ ୩ ୱିକେଟ ହରାଇ ୫୮ ରନ କରିଥିଲା । ପଞ୍ଚୁପଟି ୫୯ ରନର ବିଜୟଲକ୍ଷ୍ୟ କୁ ପିଛାକରି ୪.୫ ଓଭରରେ ଗୋଟିଏ ୱିକେଟ ହରାଇ ହାସଲ କରିନେଇଥିଲା ।

ଫାଇନାଲ ମ୍ୟାଚ ରେ ପଞ୍ଚୁପଟି ର ଅନିଲ ସାହୁ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ଓ ପୋଡାପଡା ର ଆଲୋକ ଟୁର୍ଣ୍ଣାମେଣ୍ଟ ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଛକା (ବେଷ୍ଟ ସିକ୍ସ) ର ପୁରସ୍କାର କାଉଁରିଆପାଳ ର ଶୁଭକାନ୍ତ ନାୟକ ଙ୍କୁ ମିଳିଥିଲା ।

ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିବେକାନନ୍ଦ ନାୟକ ବିଜେତା ପଞ୍ଚୁପଟି ଓ ଉପବିଜେତା ପୋଡ଼ାପଡ଼ା କୁ ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥିଲେ ।ଏହି ଟୁର୍ଣ୍ଣାମେଣ୍ଟ ର ଅମ୍ପାୟାରିଂ ଦାୟିତ୍ୱରେ ଥିଲେ ବିଦ୍ୟୁତ ନାୟକ, ଅଶୋକ ମହାନ୍ତି, ଆଲୋକ କୁମାର ନାୟକ ଓ ତାପସ ମହାନ୍ତି ।

ରଶ୍ମିରଞ୍ଜନ ନାୟକ ଓ ବିଶ୍ୱଜିତ ସେଠି ଧାରା ବିବରଣୀ ଦେଇଥିଲେ ଏବଂ ସମ୍ବିତ ନାୟକ, ବିଶ୍ଵାମିତ୍ର ସ୍ୱାଇଁ ଓ ସଞ୍ଜିତ ସ୍ୱାଇଁ ପ୍ରମୁଖ ସ୍କୋରିଂ ଦାୟିତ୍ୱକୁ ସୁଚାରୁରୂପେ ତୁଲାଇଥିଲେ ।

new life
You might also like
error: Content is protected !!