News
WhatsApp Image 2023-10-04 at 17.25.00
samparksetu

ମେ ୧୮ ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ

ମେ ୧୮ ତାରିଖରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ । ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ଏବଂ ଧନ୍ଦାମୂଳକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ୧୮ ତାରିଖରୁ ଆରମ୍ଭ ହେବାବେଳେ ଜୁନ୍ ୧୨ ତାରିଖରେ ପରୀକ୍ଷା ସରିବ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ପ୍ରଥମ ଦିନରେ ଫିଜିକ୍ସି ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

ସେହିିପରି ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମେ ୨୮ ତାରିଖରେ ହେବ ବୋଲି ସୂଚନା ରହିଛି।ଚଳିତବର୍ଷ ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

ଚଳିତ ବର୍ଷ ଯୁକ୍ତ ୨ ପ୍ରଶ୍ନପତ୍ରରେ କେତେକ ପରିବର୍ତ୍ତନ କରାଯାଇଛି । ଏଥର ଯୁକ୍ତ ୨ ପ୍ରଶ୍ନପତ୍ରରେ ୫୦% ମଲଟିପୁଲ ଚଏସ ରହିବ ଫଳରେ ପିଲାମାନଙ୍କୁ ସୁବିଧା ମିଳିବ । ଯେଉଁଥିରେ ୧ ମାର୍କର ୫୦ଟି ପ୍ରଶ୍ନ ରହିବ।

ଅପରପକ୍ଷରେ ୩୦% ପ୍ରଶ୍ନ ସଂକ୍ଷିପ୍ତ ଉତ୍ତରମୂଳକ ହେବ । ପ୍ରତ୍ୟେକ ପ୍ରଶ୍ନର ମାର୍କ ୨ କିମ୍ବା ୩ ଲେଖାଏଁ ରହିବ । ବାକି ୨୦% ଦୀର୍ଘ ଉତ୍ତରମୂଳକ ହେବ। ପୂର୍ବ ବର୍ଷ ପରି ଏଥର ମଧ୍ୟ ଛାତ୍ରଛାତ୍ରୀମାନେ ନିଜେ ପଢ଼ୁଥିବା କଲେଜରେ ପରୀକ୍ଷା ଦେବେ ।

new life
You might also like
error: Content is protected !!