News
WhatsApp Image 2023-10-04 at 17.25.00
samparksetu

ଲକଡାଉନ ରେ ଦୁର୍ଦ୍ଦଶା ଭୋଗୁଛନ୍ତି ଅଟୋ ଚାଳକ

ବର୍ତ୍ତମାନ ସମଗ୍ର ରାଜ୍ୟରେ ଲକଡାଉନ ଚାଲୁଥିବା ସମୟରେ ଅନେକ ଲୋକ ଖାଇବାକୁ ନପାଇ ଜୀବନ ହାରୁଛନ୍ତି , ଏଭଳି ଅନେକ ନିମ୍ନ ଶ୍ରେଣୀର ଲୋକ ଅଛନ୍ତି ଯେଉଁମାନେ ସରକାରଙ୍କର ଲକଡାଉନ କୁ ପାଳି ଘରେ ରହି ଆସୁଥିଲେ ମଧ୍ୟ ଦିନକୁ ଦି ଓଳି ଖାଇବାକୁ ପାଇବା ତାଙ୍କ ପକ୍ଷେ କଷ୍ଟ ସାଧ୍ୟ ହୋଇପଡିଛି ।

ସେମାନଙ୍କ ମଧ୍ୟରୁ ଅଟୋ ଚାଳକ ମାନଙ୍କ ଦୁର୍ଦ୍ଦଶା କଥା କହିଲେ ନସରେ । ଢେଙ୍କାନାଳର ବସ ଷ୍ଟାଣ୍ଡ ରେ ଥିବା ବାବା ଆଖଣ୍ଡଳମଣି ଅଟୋ ଚାଳକ ସଂଘର ସଦସ୍ୟ ମାନେ ଦୁଃଖର ସହ ନିଜ ଦୁଃଖ ବଖାଣିଛନ୍ତି । ଲକଡାଉନ ହେତୁ ଗାଡ଼ି ମଟର ସବୁ ବନ୍ଦ ଥିବା ହେତୁ ଅଟୋ ଗାଡ଼ି ମଧ୍ୟ ଚାଲିପାରୁନାହିଁ ।

ଯାହାଦ୍ୱାରା କି ଏହି ପେସା ଉପରେ ନିର୍ଭର କରୁଥିବା ଅଟୋ ଚାଳକ ମାନେ ଦିନକୁ ଦିମୁଠା ଖାଇବା ଯୋଗାଡ଼ କରିବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି ବୋଲି ଦୁଃଖର ସହ ପ୍ରକାଶ କରିଛନ୍ତି ଅଟୋ ଚାଳକ ଉଦୟାନନ୍ଦ ସିଙ୍ଗ ଓ ଜଗନ୍ନାଥ ବାରିକ । ଯାହାଦ୍ୱାରା ପରିବାର ପୋଷିବା ବହୁତ କଷ୍ଟସାଧ୍ୟ ହୋଇପଡୁଛି । ତେଣୁ ସରକାର ଏମାନଙ୍କର ପରିବାରକୁ କିଛି ଆର୍ଥିକ ସାହାଯ୍ୟ କଲେ ଏମାନେ ଉପକୃତ ହେବେ ବୋଲି ଆଖଣ୍ଡଳମଣି ଅଟୋ ଚାଳକ ସଂଘର ସଦସ୍ୟ ମାନେ କହିଛନ୍ତି ।

new life
You might also like
error: Content is protected !!