ଢେଙ୍କାନାଳ ଜିଲ୍ଳା ସଦର ବ୍ଲକ ଅନ୍ତର୍ଗତ ଚାଉଳିଆ ଖମାର ଗ୍ରାମରେ ଶ୍ମଶାନ ଘାଟ ଜମି ଚିହ୍ନଟକୁ ନେଇ କିଛି ବ୍ୟକ୍ତି ଗ୍ରାମବାସୀଙ୍କୁ ଗାଳି ଗୁଲଜ କରିବା ସହିତ ହତ୍ୟାଧମକ ଦେବା ଘଟଣାରେ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି ।
ଚାଉଳିଆ ଖମାର ଗ୍ରାମରେ ଶ୍ମଶାନ ଘାଟ ଜମି ଚିହ୍ନଟ ପାଇଁ ତହସିଲ ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା ।ରାଜସ୍ୱନିରୀକ୍ଷକଙ୍କ ପତ୍ର ସଂଖ୍ୟା୪୪୫୯ /୨୩ ଅନୁସାରେ ଆରଆଇ ଏବଂ ପୋଲିସଙ୍କ ଉପସ୍ଥିତିରେ ଶୁକ୍ରବାର ଦିନ ଶ୍ମଶାନ ଜମି ଚିହଟ୍ନ ହେଉଥିଲା । ଏହି ସମୟରେ ଗ୍ରାମର ବିନୟ ନାୟକ,ବିଜୟ ମାତା,ଅକାରଣ ନାୟକ,କ୍ଷୀର ନାୟକ,ରଞ୍ଜନ ନାୟକ,ଚଣିଆ ନାୟକ,ପୁଷ୍ଣଲତା ନାୟକ ପ୍ରମୁଖ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହିତ ମାପ ଚେନକୁ ଛଡାଇ ଚିହ୍ନରେବାଧା ସୃଷ୍ଟିକରିଥିଲେ ।
ଗ୍ରାମବାସୀଙ୍କୁ ହାଣିଦେବାକୁ ଧମକ ଚମକ ଦେଇଛନ୍ତି । ପୂର୍ବରୁ କ୍ଷୀର ନାୟକ ହତ୍ୟାମାମଲାରେ ଜେଲରୁ ଫେରିଥିବା ବେଳେ ସେ ପୁଣି ହତ୍ୟାକରି ଜେଲ ଯିବାକୁ ଧମକ ଦେଉଛି । ଏହାକୁ ନେଇ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥହେବା ସହିତ ଶ୍ମଶାନ ଘାଟ ଏବଂରାସ୍ତାକୁ ଚିହ୍ନଟ କରିବା ପାଇଁ ଗ୍ରାମସଭାପତି ଏବଂଅନ୍ୟମାନେ ଦାବି କରିଛନ୍ତି ।