News
WhatsApp Image 2023-10-04 at 17.25.00
samparksetu

ସଡ଼କ ଦୁର୍ଘଟଣାରେ ୨ ମୃତ ,ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା ସଦର ଥାନା ତାମଣ୍ଡା ସିମିଳି ପାଟଣା ନିକଟରେ ଏକ ଟାଟା ୟୁଭି ଗାଡି ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ ହେବାରୁ ଦୁଇ ଜଣ ଯବୁକ ଙ୍କର ମୃତ୍ୟୁ ଘତିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ କଟକ ସ୍ଥାନାନ୍ତରିତ ହୋଇଥୁବାର ଜଣାପଡିଛି । କାଣ୍ଡବିନ୍ଧା ଗ୍ରାମର ଶିବ ବେହେରା(୨୫),ସାଗର ପରିଡା(୨୮) ,ବୁବୁରାଉତଙ୍କ ସହିତ ଅନ୍ୟ କେତେଜଣ ଯୁବକ ଶୁକ୍ରବାର ଦିନ ଭାପୁର ନିକଟସ୍ଥ ଗୋବିନ୍ଦପୁର ଯାଉଥିଲେ ।

ତାମଣ୍ଡା ନିକଟସ୍ଥ ଗଡାଣି ସିମିଳିପାଟଣା ଗଡାଣିରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଦିବା ପରେ ଭାଙ୍ଗିରୁଚି ଚୁରମାର ହୋଇଯାଇଥିଲା ।ଫଳରେ ଘଟଣା ସ୍ଥଳରେ ସାଗର ଏବଂ ଶିଵ ଙ୍କର
ମୃତ୍ୟୁ ଘତିଥିବା ବେଳେ ବୁବୁ ରାଉତ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାରକରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ସେଠାରେ ବୁବୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥନାନ୍ତର କରାଯାଇଛି । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରିଥିଲା । ଆସନ୍ତାକାଲି ଶବ ବ୍ୟବଛେଦ ହେବ ବୋଲି ଜଣାପଡିଛି । ପ୍ରକାଶ ଥାଉକି ସାଗରର ଗତ ଜୁଲାଇ ମାସରେ ବିଭାଘର ହୋଇଥିଲା ।

new life
You might also like
error: Content is protected !!