News
WhatsApp Image 2023-10-04 at 17.25.00
samparksetu

ସାଇକେଲ ପଛପଟୁ ଧକ୍କାଦେଲା ମୋଟରସାଇକେଲ, ଦୁଇ ଗୁରୁତର

ଭୁବନ ଅନନ୍ତପୁର ଛକ ନିକଟ ଜାତୀୟରାଜପଥ ୫୩ ଉପରେ ଗତକାଲି ରାତିରେ ସାଇକେଲ ପଛପଟୁ ଏକ ବାଇକ ଧକ୍କା ଦେଇଥିବାର ସୂଚନା ମିଳିଛି । ଫଳରେ ଦୁଇ ଗୁରୁତର ହେବା ସହ ସେମାନଙ୍କୁ ଭୁବନ ଅଗ୍ନିଶମ ବାହିନୀ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲା।

ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ୨ଜଣଙ୍କୁ ପଠାଇଦେଇଛି। ତେବେ ଦୁଇ ଗୁରୁତର ହେଲେ ମୋଟରସାଇକେଲ ଚାଳକ ଗଁଦିଆ ବ୍ଳକ ପିଙ୍ଗୁଆ ଗ୍ରାମର ସୁର ପ୍ରଧାନ ଓ ସାଇକେଲ ଚାଳକ ବୋତଲଣ୍ଡା ବାଉଁଶକଣ ଗ୍ରାମର ଫକିର ମାହୁନ୍ତ। ଫକିର ନିଜ ଘରକୁ ଯାଉଥିବା ବେଳେ ସୁର ନିଜ ସ୍ତ୍ରୀକୁ ଦେଖାକରିବା ପାଇଁ ମଙ୍ଗଳପୁର ମାଉସୀ ଘରକୁ ଯାଉଥିଲେ।

ଉଭୟଙ୍କ ମୁଣ୍ଡ ମାଡହୋଇ ରକ୍ତଶ୍ରାବ ହୋଇଥିବା ଡାକ୍ତର ଜଣାଇଛନ୍ତି। ତେବେ ଏ ବିଷୟରେ ଖବର ପାଇ ଭୁବନ ନଗରପାଳ ଶୁଭେନ୍ଦୁ ସାହୁ ଭୁବନ ମେଡିକାଲ ରେ ପହଞ୍ଚି ଉଭୟଙ୍କ ଅଧିକ ଚିକିତ୍ସା ନିମନ୍ତେ ସହଯୋଗ କରିଥିବା ବେଳେ  ଉଭୟଙ୍କ ପରିବାରକୁ ସାନ୍ତ୍ବନା ଜଣାଇଥିଲେ  ।

new life
You might also like
error: Content is protected !!