News
WhatsApp Image 2023-10-04 at 17.25.00
samparksetu

ସୁବାଷ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମ୍ୟାଚ୍ ରେ ସୋଲାର କ୍ରିକେଟ କ୍ଳବ

ମା ଅନ୍ଧାରୀ କ୍ରିକେଟ୍ କ୍ଳବ, ବେଡାପଡା ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଥିବା ସୁବାଷ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଦ୍ୱିତୀୟ ମ୍ୟାଚ୍ ରେ ଅନୁଗୁଳ କ୍ରିକେଟ୍ କ୍ଳବ ଓ କଟକ ସୋଲାର କ୍ରିକେଟ୍ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ସୋଲାର କ୍ରିକେଟ୍ କ୍ଳବ କଟକ ଟସ୍ ବିଜୟୀ ଲାଭ କରି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଅନୁଗୁଳ କ୍ରିକେଟ୍ ଦଳ ପ୍ରଥମେ ବ୍ୟାଟିଂ କରି ୨୨.୫ ଓଭରରେ ତାର ସମସ୍ତ ୱିକେଟ ହରାଇ ୧୯୦ରନ୍ କରିବାରେ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଅଭିଶେକ୍ ଦେଓ ୪୦ ବଲ ଖେଳି ୯୫ ରନ୍ କରିବାରେ ସକ୍ଷମ ହୋଇଥିଲେ। ସୋଲାର କ୍ରିକେଟ୍ କ୍ଳବ କଟକ ୧୯୧ ରନର ବିଜୟ ଲକ୍ଷ କୁ ପିଛା କରି ୨୨.୩ ଓଭରରେ ୧୯୪ ରନ୍ କରି ବିଜୟୀ ହୋଇଥିଲା।

ଦଳ ପକ୍ଷରୁ ଓମ୍ ପ୍ରକାଶ ସ୍ବାଇଁ ୭୯ ବଲରୁ ୯୧ ରନ୍ କରି ମ୍ୟାନ୍-ଅଫ୍-ମ୍ୟାଚ୍ ବିବେଚିତ ହୋଇଥିଲେ। ପ୍ରକାଶ ଦାସ, ସନ୍ତୋଷ ସାମଲ ଖେଳକୁ ପରିଚାଳନା କରୁଥିଲେ। ସ୍କୋର୍ ର ଦାୟିତ୍ବ ଭାର ସମ୍ଭାଳି ଥିଲେ ମିହିର ରାଉତ, ବୀରେନ୍ଦ୍ର ସାମଲ।

new life
You might also like
error: Content is protected !!