News
WhatsApp Image 2023-10-04 at 17.25.00
samparksetu

ହାତୀ ଆକ୍ରମଣ ରେ ମହିଳା ମୃତ

ହିନ୍ଦୋଳ ଉପଖଣ୍ଡ ରେ ସୁରକ୍ଷିତ ନୁହନ୍ତି ଆଉ ଜନସାଧାରଣ, ହାତୀ ଦାଉରୁ ରକ୍ଷା ପାଇବା ପାଇଁ ନିରୀହ ଜନସାଧାରଣ ଏବେ ତ୍ରାହି ତ୍ରାହି ଡାକଦେଉଥିବା ଦେଖିବାଜୁ ମିଳିଛି ।ଗୋଗିଏ ବର୍ଷ ରେ ହାତୀଆକ୍ରମଣ ତିରିଶି ରୁ ଅଧିକ ଜନସାଧାରଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଘରୁ ହାତୀ ଟାଣିନେଇ ମାରିଦେବା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ଏପରି ସ୍ଥଳେ ଉପଖଣ୍ଡ ରେ ବାରମ୍ବାର ହାତୀ ଆକ୍ରମଣରେ ଦୈନନ୍ଦିନ ମଣିଷ ମରିବା ଦେହସୁହା ହୋଇଯାଇଥିଲେ ମଧ୍ୟ କାହିଁକି ବନବିଭାଗ ନିଦ ଭାଙ୍ଗୁନି କାହିଁକି ହିନ୍ଦୋଳର ନିର୍ବାଚିତ ନେତା ମନ୍ତ୍ରୀ,ତଳରୁ ଉପର ପର୍ଯ୍ୟନ୍ତ ଜନପ୍ରତିନିଧି ମାନେ ଗୁରୁତ୍ୱ ନଦେଇ କେବଳ ଲୋକଦେଖାଣିଆ ସମବେଦନା ଜଣାଇ,ଅଣଦେଖା କରି ଜନଜୀବନକୁ ବିପଦ ମୁହଁରେ ଠେଲି ଦେଉଛନ୍ତି ତାହା ଏବେ ବଡ଼ ପ୍ରଶ୍ନବାଚୀ ।

ସୂଚନା ଅନୁଯାୟୀ , ଆଜି ଭୋର ୫ଟା ସମୟରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ରାସୋଳ ଥାନା ଗିରିଧରପ୍ରସାଦ ପଂଚାୟତର ଅଭିମନ୍ୟୁ ପଟ୍ଟନାୟକଙ୍କ ସ୍ତ୍ରୀ ସୌଭାଗିନୀ ପଟ୍ଟନାୟକ(୩୪) ଘର ଅଗଣାରେ ଝାଡ଼ୁ ମାରୁଥିବା ବେଳେ ହାତୀ ତାଙ୍କୁ ଟେକି କଚାଡି ଦେଇ ଦଳିଦେଇଥିଲା ଏବଂ ସେହିଠାରେ ହିଁ ସୌଭାଗିନୀ ମୃତ୍ୟୁ ବରଣ କରିଥିଲେ ।

ଖବର ପାଇ ହିନ୍ଦୋଳ ବନବିଭାଗ ଅଧିକାରୀ, ରାସୋଳ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନା ପଠାଇ ଏକ ମାମଲା ରୁଜ୍ଜୁ କରିଛନ୍ତି ଏବଂ ଆବଶ୍ୟକ କ୍ଷତିପୂରଣ ସରକାରଙ୍କ ପକ୍ଷରୁ ଦେବାକୁ ପ୍ରତିଶୃତି ଦେଇଛନ୍ତି ।

new life
You might also like
error: Content is protected !!