News
WhatsApp Image 2023-10-04 at 17.25.00
samparksetu

୧୦୮ ଆମ୍ବୁଲାନ୍ସ କର୍ମଚାରୀ ଙ୍କ ଦାବିପତ୍ର

ଢେଙ୍କାନାଳ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କାର୍ଯ୍ୟରତ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ୬ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶା ରେ ୧୦୮ ଆମ୍ବୁଲାନ୍ସ ରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଏକଜୁଟ ହୋଇ ନିଜର ନ୍ୟାର୍ଯ୍ୟ ଦାବି ପୂରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟର ଦାବି ପତ୍ର ଜିଲ୍ଲାପାଳ ,ଶ୍ରମ ଅଧିକାରୀ, ସ୍ବାସ୍ଥ୍ୟ ମନ୍ତ୍ରୀ, 5T ସଚିବ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, କାର୍ଯ୍ୟରତ ଠିକା ସଂସ୍ଥା , ବିଧାୟକ ଓ ସାଂସଦଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଏହି ଅବସରରେ ଢେଙ୍କାନାଳ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ ସଭାପତିଙ୍କ ସଭାପତିତ୍ବ ରେ ଉପ ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ଓ ସଂଘର ଅନେକ ସଦସ୍ୟ ଯୋଗଦେଇ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରମେଶ କୁମାର ସେଠୀ ଙ୍କୁ ଏକ ୬ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି।

new life
You might also like
error: Content is protected !!