ଢେଙ୍କାନାଳ ଜିଲ୍ଳାରେ କରୋନା ପଜେଟିଭ ଦିନକୁ ଦିନ ବୃଦ୍ଧି ପାଉଛି ।ରାଜ୍ୟରେ କରୋନାର ତୃତୀୟ ଲହର ପାଇଁ ସରକାର ଗୁରୁବାର ଠାରୁ ସ୍କୁଲ ବନ୍ଦ କରିଛନ୍ତି । କିନ୍ତୁ ଦଶମ ଶ୍ରେଣୀ ସମେଟିଭ୍ ପରୀକ୍ଷା ଚାଲୁ ରହିବ ବୋଲି ଜଣାପଡିଛି ।
ଓମିକ୍ରନ ଆଶଙ୍କା ଭିତରେ ବୁଧବାରଠାରୁ ମାଟ୍ରିକ ସମେଟିଭ୍ ପରୀକ୍ଷା
ଆରମ୍ଭ ହୋଇଛି । ଜିଲ୍ଲାର ୯୬ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୧୭ହଜାର ୬ଶହ ୪୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ସେମାନଙ୍କ ମଧ୍ୟରେ ୧୬୭୯୩ଜଣ ରେଗୁଲାର ଏବଂ ୮୫୪ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ରହିଛନ୍ତି । ଢେଙ୍କାନାଳ ସଦରରେ ୧୬ଟି କେନ୍ଦ୍ରରେ ପରୀକ୍ଷା ହେଉଥିବା ବେଳେ କାମାକ୍ଷାନଗର
ବ୍ଲକରେ ୧୨, ଭୁବନରେ ୧୧, ପରଜଙ୍ଗରେ ୧୦ ଓ କଙ୍କଡାହାଡରେ ୮ଟି,ହିନ୍ଦୋଳରେ ୧୩ଟି, ଗଁଦିଆରେ ୧୩ଟି,ଓଡାପଡାରେ ୧୩ଟି ପରୀକ୍ଷାକେନ୍ଦ୍ରର ବ୍ୟବସ୍ଥା ରହିଛି । ପରୀକ୍ଷାର୍ଥୀମାନେ ସକାଳ
୧୦ଟାରୁ ୧୧ଟା ଓ ଦିନ ୧୨ଟାରୁ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି ।
ଚାରିଦିନ ଧରି ହେବାକୁ ଥିବା ଏହି ଦଶମ ଶ୍ରେଣୀ ସମେଟିଭ୍ ପରୀକ୍ଷାଟି ଛାତ୍ରଛାତ୍ରୀ ମାନେ ମଲ୍ଟିପୁଲ ଚଏସ୍ବେସ୍ଡ
ଓଏମ୍ଆର୍ ସିଟ୍ରେ ୫୦ମାର୍କର ପରୀକ୍ଷା ଦେବେ । କୋଭିଡ କଟକଣା ଭିତରେ ଥର୍ମାଲ ସ୍କାନିଂ ଓ ସାମାଜିକ ଦୂରତା ଏବଂ ମାକ୍ସ ପରିଧାନ କରି ଛାତ୍ରଛାତ୍ରୀମାନେ କେନ୍ଦ୍ର ଗୁଡିକରେ ପରୀକ୍ଷା ଦେଉଛନ୍ତି ।କରୋନା ପରିସ୍ଥିତିରେ ଆବଶ୍ୟକ ହେଲେ ଏହାକୁ ନେଇମାଟ୍ରିକ ବୋର୍ଡ ପରୀକ୍ଷା ନମ୍ବର ଆଧାରରେ ପରୀକ୍ଷାଫଳ ପ୍ରକାଶିତ ହେବ ବୋଲି ଜଣାପଡିଛି ।