News
WhatsApp Image 2023-10-04 at 17.25.00
samparksetu

ତ୍ରିଲୋଚନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଲିକୁ-11 ବରପଦା ଚମ୍ପିୟାନ

ପ୍ରଥମ ବାର୍ଷିକ ମା ପାଟମହାଦେଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଇଲେଇଜଙ୍ଗର ଆଜି ଥିଲା ଅନ୍ତିମ ଦିବସ ,ଅନ୍ତିମ ଦିବସରେ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା ଜୁଆଳିବନ୍ଧ କ୍ରିକେଟ୍ କ୍ଳବ ଓ ଲିକୁ-11 ବରପଦା କ୍ରିକେଟ୍ କ୍ଳବ।

ଉଭୟ ଦଳ ଟୁର୍ଣ୍ଣାମେଣ୍ଟରେ ଭଲ ଖେଳ ପ୍ରଦର୍ଶନ କରି ଫାଇନାଲରେ ସାମ୍ନା-ସାମ୍ନି ହୋଇଥିଲେ। ଜୁଆଳିବନ୍ଧ ଟସ୍ ବିଜୟୀ ଲାଭ କରି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

୧୫ ଓଭର ବିଶିଷ୍ଟ ଫାଇନାଲ୍ ମ୍ୟାଚ୍ ରେ ୧୨ ଓଭର ୫ ବଲରେ ଜୁଆଳିବନ୍ଧ ତାର ୧୦ ଗୋଟି ୱିକେଟ ହରାଇ ୬୫ ରନ୍ କରିବାରେ ସକ୍ଷମ ହୋଇଥିଲା। ଏହାର ଜବାବରେ ଲିକୁ11 ଦଳ ୬୫ରନ୍ ପିଛା କରି ୬ ଓଭର ରେ ତାର ୩ଗୋଟି ୱିକେଟ ହରାଇ ୬୮ ରନ୍ କରି ବିଜୟ ଲାଭ କରି ଚଳିତ ବର୍ଷ ର ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା। ମ୍ୟାନ୍-ଅଫ୍-ମ୍ୟାଚ୍ ଅଭିଷେକ ବେହେରା ଓ ମ୍ୟାନ-ଅଫ୍-ସିରିଜ ଆଶୁତୋଷ ସେଠି ପୁରସ୍କାର ପ୍ରଦାନ କରାଯାଇଥିଲା।

ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଇଲେଇଜଙ୍ଗ ଗ୍ରାମର ସଭାପତି ଶ୍ରୀ ରଞ୍ଜନ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ହାଡିବନ୍ଧୁ ସାହୁ,ଦିଲ୍ଲୀପ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ଦେବରାଜ ସାହୁ ଯୋଗଦାନ କରିଥିଲେ। ଖେଳକୁ ପରିଚାଳନା କରୁଥିଲେ ଦୁଇ ଆମ୍ପାୟାର ଆଶ୍ୱିନୀ ରାଉତ, ତାପସ ନାଥ।

new life
You might also like
error: Content is protected !!