News
WhatsApp Image 2023-10-04 at 17.25.00
samparksetu

୧୭ ମେ ବିଶ୍ୱ ଟେଲି କମ୍ୟୁନିକେସନ ଏବଂ ସୂଚନା ଦିବସ

ନଭେମ୍ବର ୨୦୦୫ ରେ ଜାତୀସଙ୍ଘ ର ଆହ୍ୱାନ କ୍ରମେ ୧୭ ମେ କୁ ବିଶ୍ୱ ସୂଚନା ସମିତି ବା ସମାଜ ଦିବସ ରୂପେ ଘୋଷଣା କରିଥିଲା ।

ସୂଚନା ପାରା ରୁ ମୋବାଇଲ ଏକ ବୃହତ ଚକ୍ର । ରାଜା ମହାରାଜ ଙ୍କ ଅମଳରେ ସୂଚନା ଟିଏ ପଠାଇବା ପାଇଁ ପକ୍ଷୀଙ୍କ ଦେହରେ ଚିଠି ବାନ୍ଧି ପଠା ଯାଉଥିଲା ବା ଘୋଡା ଯୋଗେ ଚିଠି ନେଇ ସୈନ୍ୟ ମାନେ ଯାଉଥିଲେ । ରାସ୍ତା କଠିନ ବା ଦୂର ଥିଲେ ବେଳେବେଳେ ସୂଚନା ପହଞ୍ଚିବା ରେ ବହୁ ଦିନ ର ବ୍ୟବଧାନ ଘଟୁଥିଲା ।

ଦିନ ଗଡ଼ିଲା ସମସ୍ୟା ବଢ଼ିଲା ଆସିଲା ଡାକ ସେବା, ଚିଠି ଲେଖା ହେଲା ପୋଷ୍ଟ ବକ୍ସରେ ଦିଆଗଲା ସାଧାରଣ ଲୋକଟିଏ ଦୁଇ ତିନିଦିନ ମଧ୍ୟରେ ସୂଚନା ପାଇଯାଉଥିଲା । ହେଲେ ସମୟ ଓ ବୈଷୟିକ ଜ୍ଞାନର ପ୍ରଗତି ସହ ବାଜିଲା ଘଣ୍ଟି ଟ୍ରିଙ୍ଗ ଟ୍ରିଙ୍ଗ, ଆସିଲା
ଟେଲିଫୋନ କଳା ବଡ଼ବଡ଼ ହ୍ୟାଣ୍ଡେଲ ଥାଇ ୦ ରୁ ୯ ଅଙ୍କ ଥାଏ ଯେଉଁ ନମ୍ଭର ଆବଶ୍ୟକ ତାକୁ ଘୁରାଇବେ । ତେବେ ନିଜ ସହର ବାହାର ସହରକୁ ଯୋଗାଯୋଗ କରିବାକୁ ଚାହୁଁଥିଲେ ପ୍ରଥମେ ନିକଟସ୍ତ ସଂଚାର ଅଫିସ କୁ ଯୋଗାଯୋଗ କରିବେ ସେଠାରେ ଥୁବା ଅଧିକାରୀ ଆପଣଂକୁ ଆପଣଙ୍କ ପ୍ରିୟଜନ ଙ୍କ ସହ ଯୋଗାଯୋଗ କରାଇବେ ।

କାଳକ୍ରମେ ଆସିଲା ମୋବାଇଲ ହାତ ମୁଠାରେ ଦୁନିଆ ଜାଣିବାରେ ରିଲାଏନ୍ସ ଭାରତକୁ ଆଣିଥିଲା ପ୍ରଥମ ମୋବାଇଲ ” ସ୍ମାର୍ଟ ” କାର୍ଡ । କଥା ହେଲେ ପଇସା ଦେବେ କଥା ଶୁଣିଲେ ମଧ୍ୟ ପଇସା ଦେବେ, ହେଲେ ସେକାଳ ପଖାଳ ଗଲା ଟ୍ରିଙ୍ଗ ଟ୍ରିଙ୍ଗ ରେ ମନମୁଖୀ ଗୀତ ବାଜିଲା , ୦ ରୁ ୯ ସ୍କ୍ରିନ ରେ ରହିଲା ଗୋଟିଏ ଯନ୍ତ୍ର କ୍ୟାମେରା, ଟିଭି, ମୋଡେମ ଭଳି ବିଭିନ୍ନ ଯନ୍ତ୍ର ର ସ୍ଥାନ ନେଲା ଆସିଲା ସ୍ମାର୍ଟ ଫୋନ । ସତରେ ଛୋଟରୁ ଛୋଟ ବଡ଼ରୁ ବଡ଼ ସମସ୍ତ ସୂଚନା ଆଖି ପିଛୁଳାକେ ଆସିଯାଉଛି ।

ଢେଙ୍କାନାଳ ରେ ଥାଇ ମଧ୍ୟ ଆମେ ଡେନମାର୍କ ର ଖବର ଜାଣି ପାରୁଛେ । କଟକଣା ରେ ଘରେ ରହି ମଧ୍ୟ ଟେଲିମେଡ଼ିସିନ ଯୋଗେ ଡାକ୍ତରଙ୍କ ପରାମର୍ଶ ନେଇ ପାରୁଛେ । ତେବେ ସବୁ ଜିନିଷ ର ସକରାତ୍ମକ ଏବଂ ନକରାତ୍ମକ ଦୁଇଟି ପାଖ ଅଛି ଯେଉଁ ପାଖକୁ ଆମେ ଆଦରିବା ସେହି ପାଖ ଆମକୁ ସେହି ଦିଗକୁ ନେଇଯିବାଟା ଥୟ ।

new life
You might also like
error: Content is protected !!