ଢେଙ୍କାନାଳ ଜିଲ୍ଲାରେ ମୋଟ ୫୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟଳୟରେ ଚଳତି ବର୍ଷ ଅଫଲାଇନ ମୋଡରେ ଗୁରୁବାର ପରୀକ୍ଷା ହେବାକୁ ଯାଉଛି । ପରୀକ୍ଷା ପାଇଁ ସମସ୍ତ ପ୍ରକ।ର ବନ୍ଦୋବସ୍ତ କରାଯାଇଥିବା
ବେଳେ ପରୀକ୍ଷା ସମୟରେ ସିସିଟିଭି କୁ ବାଧ୍ୟତାମୂଳକ କରାଯାଇଛି । ଏହି ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ବାରଟା ପର୍ଯ୍ୟନ୍ତ ଚାଲିବା ଜିଲ୍ଲାରେ ଥିବା ୪୨ଟି ପରୀକ୍ଷା କେନ୍ଦ୍ରରେ କଳା ପରୀକ୍ଷା ଆରମ୍ଭ ହେଉଛି ।
ପରୀକ୍ଷା କେନ୍ଦ୍ର ଗୁଡିକ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ରୋକିବା ପାଇଁ ସ୍କ୍ୱାଡଙ୍କ ସହିତ ରେକର୍ଡ଼ ଅଫିସର ମାନେ ନିଯୁକ୍ତ ହୋଇଛନ୍ତି । ଜିଲ୍ଲାରେ ମୋଟ ୪୨ଟି କେନ୍ଦ୍ରରେ ୬ ହଜାର୫୪୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।
ସେହିପରି ବାଣିଜ୍ୟ ବିଭାଗରେ ୧୫ଟି କେନ୍ଦ୍ରରେ ୪୧୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।କଳା ବାଣିଜ୍ୟ ପରୀକ୍ଷା ୨୮ ତାରିଖରୁ ଆରମ୍ଭ ହେଉଥବା ବେଳେ ବିଜ୍ଞାନ ପରୀକ୍ଷା ମଇ ମାସ ୯ ତାରିଖରୁ ହେବ ବୋଲି ଜଣାପଡିଛି । ଜିଲ୍ଲାରେ ମୋଟ ୨ ହଜାର ୩୭୮ଜଣ ପରୀକ୍ଷାର୍ଥି ବିଜ୍ଞାନ ପରୀକ୍ଷା ଦେବେ ବୋଲି ଜଣାପଡିଛି ।