News
WhatsApp Image 2023-10-04 at 17.25.00
samparksetu

ଯୁକ୍ତ ଦୁଇ ବାଣିଜ୍ୟରେ ଇଶା ୯୩.୮୩ ନମ୍ବର ରଖି ଟପ୍ପର,ବିଜ୍ଞାନରେ ଆଦ୍ୟାଶା ଟପ୍ପର

ଢେଙ୍କାନାଳ ଜିଲ୍ଲା ଉଚ୍ଚ ମାଧ୍ୟମିକ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀ ମାନେ ସଫଳତା ପାଇଥିବାର ଜଣାପଡିଛି ।ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବିଜ୍ଞାନରେ ମୋଟ ୨୫୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୬୮ ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ ୬୬ ଜଣ ଦ୍ବିତୀୟ ଶ୍ରେଣୀ ଏବଂ ୧୬ ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବାର ଜଣାପଡିଛି । ସେମାନଙ୍କ ମଧ୍ୟରୁ ଆଦ୍ୟାଶା ବାରିକ ମୋଟ ୬ଶହ ନମ୍ବରରୁ ୫୩୯ ନମ୍ବର ରଖିଥିବା ବେଳେ ବିଜ୍ଞାନରେ ସେ ଟପ୍ପର ହୋଇଥିବାର ଜଣାପଡିଛି ।

ସେହିପରି ବାଣିଜ୍ୟରେ ମୋଟ ୧୦୧ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୫୦ଜଣ ପ୍ରଥମ,୨୨ଜଣ ଦ୍ଵିତୀୟ ଏବଂ ୨୫ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବାର ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ଇଶା ତ୍ରିପାଠୀ ୬ଶହ ନମ୍ବରରୁ ୫୬୩ ନମ୍ବର ରଖିଥିବା ବେଳେ ମୋଟ ୯୩.୮୩ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଟପ୍ପର ହୋଇଛନ୍ତି ।

ସେହିପରି ଢେଙ୍କାନାଳ ସହର ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନରେ ୭୯ ଏବଂ ବାଣିଜ୍ୟରେ ୮୮ ପ୍ରତିଶତ ଛାତ୍ରୀ ପାସ କରିଥିବାର ଜଣାପଡିଛି ।ବୁଧବାର ପ୍ରକାଶିତ ଯୁକ୍ତ ଦୁଇ ବିଜ୍ଞ।ନ ପରୀକ୍ଷାରେ ମୋଟ ୧୨୧ ଜଣ ଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୫୩ ଜଣ, ଦ୍ଵିତୀୟ ଶ୍ରେଣୀରେ ୩୫ ଜଣ ଏବଂ ତୃତୀୟ ଶ୍ରେଣୀରେ ୯ ଜଣ ପାସ କରିଥିବା ବେଳେ ୨୬ ଜଣ ଫେଲ ହୋଇଛନ୍ତି । ଛାତ୍ରୀ ମାନଙ୍କ ମଧ୍ୟରୁ ସଞ୍ଜନା ସାହୁ ୫୦୬ ନମ୍ବର ରଖି ବିଦ୍ୟାଳୟର ଟପ୍ପର ହୋଇଛନ୍ତି।

ବାଣିଜ୍ୟରେ ମୋଟ ୧୭ ଜଣ ଛାତ୍ରୀ ଙ୍କ ମଧ୍ୟରୁ ୧୨ଜଣ ପ୍ରଥମ ,୨ଜଣ ଦ୍ଵିତୀୟ ଏବଂ ଜଣେ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି । ବାଣିଜ୍ୟରେ ପୂର୍ଣ୍ଣିମା ଭୁତିଆ ୫୧୫ ନମ୍ବର ରଖି ବାଣିଜ୍ୟରେ ବିଦ୍ୟାଳୟ ଟପ୍ପର ହୋଇଛନ୍ତି ।

new life
You might also like
error: Content is protected !!