News
WhatsApp Image 2023-10-04 at 17.25.00
samparksetu

ମାସିକ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ପ୍ରତ୍ୟେକ ପରିବାରକୁ ବିନା ମୂଲ୍ୟରେ ଯୋଗାଇବା ଦାବିରେ ଧାରଣା ଓ ଅନଶନ

ମାସିକ ଦୁଇ ଶହ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିନା ମୂଲ୍ୟରେ ଯୋଗାଇବା ଦାବିରେ ଆମ୍ ଆଦମୀ ପାର୍ଟି ଓଡ଼ିଶା ପକ୍ଷରୁ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ଏବଂ ଅନ୍ୟ ସହଯୋଗୀଙ୍କ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନ ଭୁବନେଶ୍ୱର ସ୍ଥିତ ମାଷ୍ଟର କ୍ୟାଣ୍ଟିନ ଠାରେ ଆଜି ବୁଧବାର ଠାରୁ ଆରମ୍ଭ ହୋଇଯାଇଛି ।

ଢେଙ୍କାନାଳ ଜିଲ୍ଲା ଆବାହକ ଶ୍ରୀ ପଙ୍କଜ ନାୟକଙ୍କ ନେତୃତ୍ୱରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅଧ୍ୟକ୍ଷ ବିଜୟ କୁମାର ନାୟକ, ଜିଲ୍ଲା ସୋସିଆଲ ମେଡ଼ିଆ ପ୍ରଭାରୀ ଭୋଜରାଜ ସାହୁ, ଛାତ୍ର ନେତା ବିଶ୍ୱଜିତ ବରାଳ, ଓଡାପଡା ବ୍ଲକ ଆବାହକ ରମେଶ ପଣ୍ଡା, ଉପସଭାପତି ଲକ୍ଷ୍ମଣ ନାଏକ, ସୁମନ ଖିଲାର ପ୍ରମୁଖ ଉକ୍ତ ଧାରଣା ସ୍ଥଳରେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ l ପ୍ରତ୍ୟେକ ବ୍ଲକରୁ ଏକ ନେତୃ ମଣ୍ଡଳୀ ମଧ୍ୟ ଏହି ଧାରଣାରେ ଯୋଗଦେଇଥିଲେ ।

ସ୍ୱାଭିମାନର ସହିତ ବଞ୍ଚିବାପାଇଁ ବିଜୁଳି ଏକ ମୌଳିକ ଆବଶ୍ୟକତା l ଏହାକୁ ସ୍ଵୀକାର କରି ଦିଲ୍ଲୀରେ ‘ଆପ୍’ ସରକାର ମାସିକ ୨oo ୟୁନିଟ ପର୍ଯ୍ୟନ୍ତ ବିଜୁଳି ପ୍ରତ୍ୟେକ ପରିବାରକୁ ବିନା ମୂଲ୍ୟରେ ଯୋଗାଇ ଦେଉଥିବା ବେଳେ ଓଡ଼ିଶାରେ ପୁଣି ୩o ପଇସା ବଢାଇବା ବୋଝ ଉପରେ ଲଳିତା ବିଡା ପରି ।

ମାତ୍ର ଆଶ୍ଚର୍ଯ୍ୟର ବିଷୟ ଯେ, ଓଡିଶା ପରି ରାଜ୍ୟ ଯେଉଁଠାରେ ବିଜୁଳିର ବଳକା ଉତ୍ପାଦନ ହେଉଛି ଏବଂ ବାହାର ରାଜ୍ୟକୁ ମଧ୍ୟ ବିକ୍ରି କରାଯାଉଛି, କୌଣସି ରାଜନୈତିକ ଦଳ ବିନା ମୂଲ୍ୟରେ ବିଜୁଳି ଯୋଗାଇଦେବାର ଦାବି ଓଡ଼ିଶାରେ ରଖୁ ନାହାନ୍ତି ।

ଏହି ଧାରଣାରେ ଆପ୍ ଢେଙ୍କାନାଳ ଲିଗାଲ ସେଲ ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଏବଂ ଆସନ୍ତା କାଲି ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅଧ୍ୟକ୍ଷ ପର୍ଶୁରାମ ମହାଭୋଇଙ୍କ ନେତୃତ୍ୱରେ କର୍ମୀମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଏହି ବିଜୁଳି ସତ୍ୟାଗ୍ରହକୁ ସଫଳ କରିବା ଓ ଦୁଇ ଶହ ୟୁନିଟ ବିଜୁଳି ବିନା ମୂଲ୍ୟରେ ଯୋଗାଇ ଦେବାରେ ସହଯୋଗ କରିବାପାଇଁ ଜନ ସାଧାରଣଙ୍କୁ ଆହ୍ୱାନ କରାଯାଇଛି ।

new life
You might also like
error: Content is protected !!