News
WhatsApp Image 2023-10-04 at 17.25.00
samparksetu

ନବଜାତ ଶିଶୁକୁ ଛାଡି ମା ଫେରାର !

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ନବଜାତ ଶିଶୁ ପୁତ୍ରକୁ ଛାଡି ମା ଚାଲିଯିବା ପରେ ଘଟଣା ଚର୍ଚ୍ଚା ବିଷୟ ହୋଇଛି।

ସୂଚନା ମୁତାବକ ଗତ ୬ ତାରିଖ ଶନିବାର ଦିନ କାମାକ୍ଷାନଗର ବ୍ଲକ ଭଣ୍ଡାରିଆ ଗାଁ ର ଶିଶିର ପଧାନଙ୍କ ପତ୍ନୀ ପ୍ରତିମା ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଉଭୟ ଦମ୍ପତି ସନ୍ତାନକୁ ଜଗି ରହିଥିଲେ। ହେଲେ କୌଣସି କାରଣରୁ ଉଭୟେ ତାକୁ ଗତ ୧୦ ତାରିଖରେ ଏକା ଛାଡ଼ି ଚାଲି ଯାଇଥିଲେ। ପୁତ୍ର ସନ୍ତାନକୁ ଏକା ଦେଖି ଡାକ୍ତରଖାନା ପ୍ରଶାସନ ତରଫରୁ ଦେଖାଶୁଣା କରାଯାଉଥିଲା।

ଏ ସମ୍ପର୍କରେ ଡାକ୍ତରଖାନା ପ୍ରଶାସନ ପକ୍ଷରୁ ଥାନାକୁ ସୂଚନା ଦିଆଯାଇଥିଲା। ଆଜି ସଦର ଥାନା ଉଭୟଙ୍କୁ ଉଦ୍ଧାର କରିଛି। ଉଦ୍ଧାର ଦମ୍ପତିଙ୍କ ସ୍ବାସ୍ଥ୍ୟ ଖରାପ ଥିବା ଡ଼ାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପୁତ୍ର ସନ୍ତାନ ସୁସ୍ଥ ଅଛି। ଏ ସମ୍ପର୍କରେ ପୋଲିସ ଘର ଲୋକଙ୍କୁ ସୂଚନା ଦେଇ ତଦନ୍ତ ଜାରି ରଖିଛି।

new life
You might also like
error: Content is protected !!