News
WhatsApp Image 2023-10-04 at 17.25.00
samparksetu

ମୋ ସ୍କୁଲ ଅଭିଯାନରେ ନୂଆ ପୃଷ୍ଠା; ପରିବେଶ ଓ ଜୀବଜନ୍ତୁଙ୍କ ସୁରକ୍ଷା ନେଇ କର୍ମଶାଳା

ଆଜିର ଛାତ୍ରଛାତ୍ରୀଙ୍କୁ ଆଗାମୀ ପିଢ଼ିର ସଫଳ ରୂପାୟନ ଦେବାକୁ ଏକ ଅନୁକୂଳ, ସହଯୋଗୀ ଓ ସୃଜନ ପରିବେଶ ସୃଷ୍ଟି କରି ଆରମ୍ଭ ହୋଇଛି ମୋ ସ୍କୁଲ ଅଭିଯାନ । ବିଭିନ୍ନ ସ୍କୁଲର ପୁରାତନ ଛାତ୍ରଛାତ୍ରୀ ଙ୍କୁ ନେଇ ଏକ ସହଯୋଗ ମୂଳକ ମଞ୍ଚ ଗଠନ କରିବା ହେଉଛି ଏହି କାର୍ଯ୍ୟକ୍ରମ ର ମୂଳ ଉଦ୍ଦେଶ୍ୟ ।

ଏହି ମହତ ଉଦ୍ଦେଶ୍ୟରେ ଇତିହାସ ରଚିଛି ଢେଙ୍କାନାଳ ଜିଲ୍ଲାର ଶତାୟୁ ଶିକ୍ଷାନୁଷ୍ଠାନ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ । ଆରମ୍ଭ ହୋଇଛି ପରିବେଶ ଓ ଜୀବଜନ୍ତୁଙ୍କ ସୁରକ୍ଷା ନେଇ ପାଠ୍ୟକ୍ରମ ।

ଏଭଳି ଏକ ଇତିହାର ପୃଷ୍ଠା କୁ ରଚନା କରିଛନ୍ତି ସେହି ବିଦ୍ୟାଳୟ ର ପୁରାତନ ଛାତ୍ର ଶୁଭ୍ରାଂଶୁ ଶତପଥୀ । ଶୁଭ୍ରାଂଶୁ ଜଣେ ଯୁବ ପରିବେଶବିତ୍ ଭାବେ ଖୁବ ଜଣାଶୁଣା ଥିବା ବେଳେ ସେ ନିର୍ମାଣ କରିଥିବା ପରିବେଶ ଭିତ୍ତିକ ଚଳଚିତ୍ର ନିମନ୍ତେ ତାଙ୍କୁ ମିଳିଛି ବହୁ ଜାତୀୟ ଓ ଆନ୍ତର୍ଜାତିୟ ପୁରସ୍କାର, ଏପରି ପରିବେଶ ପ୍ରତି ତାଙ୍କର ଅବଦାନ ନିମନ୍ତେ ତାଙ୍କୁ ପୁରସ୍କୃତ କରିଛି ଜାତିସଙ୍ଘ ।

ତେବେ ବିଦ୍ୟାଳୟର ଶିକ୍ଷକ ଡ଼ା ଦେବୀପ୍ରସାଦ ମିଶ୍ରଙ୍କ ସହଯୋଗ ରେ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ, ଖରାଦିନେ ସହରାଞ୍ଚଳରେ ଉପୁଜୁଥିବା ପକ୍ଷୀଙ୍କ ଜଳ ସଙ୍କଟ ନେଇ ଏକ ୱାର୍କସପ କରିଛନ୍ତି ଶୁଭ୍ରାଂଶୁ । ତେବେ ଆଗକୁ ଏହି କାର୍ଯ୍ୟକ୍ରମ ଆଗକୁ ଜାରିରହିବା ସହ ପରିବେଶ ଏବଂ ଜୀବଜନ୍ତୁଙ୍କ ସୁରକ୍ଷା ନିମନ୍ତେ ବହୁ ୱାର୍କସପ କରାଯିବ ବୋଲି ବିଦ୍ୟାଳୟ ପକ୍ଷରୁ ସୂଚନା ।

ତେବେ ବିଭିନ୍ନ ବିଦ୍ୟାଳୟ ରେ ପୁରାତନ ଛାତ୍ରଛାତ୍ରୀ ଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଏଭଳି ପରିବେଶ ଏବଂ ଜୀବଜନ୍ତୁଙ୍କ ସୁରକ୍ଷା ନିମନ୍ତେ ୱାର୍କସପ ରାଜ୍ୟ ରେ ପ୍ରଥମ ବୋଲି ଜଣାଯାଇଛି ।

ଅନ୍ୟପକ୍ଷେ ପରିବେଶ ଏବଂ ଜୀବଜନ୍ତୁଙ୍କ ସୁରକ୍ଷାକୁ ନେଇ ଏହି ପାଠ୍ୟକ୍ରମ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ପରିବେଶବିତ୍ ହେବାକୁ ପ୍ରୋତ୍ସାହନ ଜୋଗାଇବ ବୋଲି ଆସା କରାଯାଉଛି ।

new life
You might also like
error: Content is protected !!