News
WhatsApp Image 2023-10-04 at 17.25.00
samparksetu

ବିପୁଳ ପରିମାଣର ଗଞ୍ଜେଇ ସହ ଜଣଙ୍କୁ ଗିରଫ କଲା ଅବକାରି ବିଭାଗ

ଗାର୍ମେଣ୍ଟ ବିକ୍ରି ଆଳରେ ଚାଲିଛି ଚୋରା ଗଞ୍ଜେଇ ବେପାର । ବସ୍ତା ବସ୍ତା ଗଞ୍ଜେଇ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି । ଆଉ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଚାଲିଥିବା ଏପରି କଳା କାରନାମାର ପର୍ଦ୍ଦାଫାଶ କରିଛି ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍ ।

ବିଶେଷ ସୂତ୍ରରୁ ସୂଚନା ପାଇ ଶନିବାର ଢେଙ୍କାନାଳ ଜିଲ୍ଲା ଅବକାରୀ ବିଭାଗର ଏହି ସ୍ବତନ୍ତ୍ର ସ୍କ୍ବାଡ୍ ଭୁବନ କାଳୀବଜ଼ାର ର ଦେବୀ ଗାର୍ମେଣ୍ଟ ର ଦୋକାନୀ ସତ୍ୟାନନ୍ଦ ସାହୁଙ୍କ ଲତାବିଲ ଗୋଦାନ ଉପରେ ଚଢ଼ାଉ କରିଥିଲେ ।

ପରେ ନୂଆଭୁବନ ର ଏକ ପୁରୁଣା ବାଦାମ ମିଲ ପରିସରରେ ଛାଡଉ କରାଯାଇଥିଲା , ଲତାବିଲ ଗୋଦାମରେ ଗାର୍ମେଣ୍ଟ ସହିତ ଗଂଜେଇ ବସ୍ତା ଥିବା ବେଳେ ନୂଆଭୁବନ ର ପରିତ୍ୟସ୍ଥ ଘରେ କାଠ କାମ ହେଉଥିବା ଦେଖାଯାଇଛି ।

କରତ ଗୁଣ୍ଡ ବସ୍ତାରେ ଗଂଜେଇ ଥିବା ର ଚଢାଉ ସମୟ ରେ ଧରାପଡିଥିଲା । ଜବତ ୩ ବସ୍ତା ଗଞ୍ଜେଇର ଓଜନ ୭୨ କିଲୋଗ୍ରାମ ହୋଇଥିବାବେଳେ ଏହାର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ସ୍କ୍ବାଡ୍ ମୁଖ୍ୟ ସମୀର ମହାନ୍ତି ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ ଗାର୍ମେଣ୍ଟ ବ୍ୟବସାୟୀ ସତ୍ୟାନନ୍ଦ ସାହୁଙ୍କୁ ଗିରଫ କାରାଯାଇଛି । ଏହି ଗଞ୍ଜେଇ ବାଲେଶ୍ବର ଦେଇ ପଶ୍ଚିମବଙ୍ଗ, ବିହାର ଓ ଝାଡଖଣ୍ଡ ଆଦି ଅଞ୍ଚଳକୁ ଚାଲାଣ ହୋଇଥାଏ ବୋଲି ଅବକାରୀ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

new life
You might also like
error: Content is protected !!