News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲାରେ ୨୨ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

କରୋନାର କାୟା ବିସ୍ତାର ହ୍ରାସ ହେବାରେ କୌଣସି ଲକ୍ଷଣ ପରିଲକ୍ଷିତ ହେଉନାହିଁ ବରଂ ଏହା ବୃଦ୍ଧି ପାଉଥିବା ଲକ୍ଷ୍ଯ କରାଯାଉଛି। ଆଜି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୨।

ଏମାନଙ୍କ ମଧ୍ୟରୁ ୧୩ ଜଣ ଘରୋଇ ସଂଙ୍ଗରୋଧରୁ ହୋଇଥିବା ବେଳେ ବାକି ୯ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି।
ହିନ୍ଦୋଳ ବ୍ଲକରୁ ସର୍ବାଧିକ ୭ ଜଣ ଅଛନ୍ତି।

ବନମାଳି ପୁର, ରୂପାଲି ହିନ୍ଦୋଳ, ଆମ୍ବିଠି, କନ୍ତାମିଲା, ହାତୁରା, ରାସୋଳ ଓ କାରନ୍ଦାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ଦ୍ବିତୀୟରେ ସଦର ବ୍ଲକରୁ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଡେରାସିଙ୍ଗ, ଦୁଦୁକାଟେଣୀ, ବାରଦା, ବେଲଟିକିରି ଓ ବିରାଡିଆର ଜଣେ ଲେଖାଏଁ ଅଛନ୍ତି।

କାମାକ୍ଷାନଗର ବ୍ଲକ ର ୪ଜଣ ଥିବା ଜଣାପଡିଛି। କନ୍ତିଓପୁଟସାହି, କମଗରା, ସାଆନ୍ତରାପୁର, ଓ ଲକ୍ଷ୍ମୀ ପ୍ରସାଦରୁ ଜଣେ ଲେଖାଏଁ ସଂକ୍ରମଣର ଶିକାର ହୋଇଛନ୍ତି।
ଢେଙ୍କାନାଳ ମୁନିସିପାଲିଟିର ଦୁର୍ଗା ବଜାରର ଜଣେ, ଓଡ଼ାପଡ଼ା ବ୍ଲକ ଓସ୍ତପାଳର ଜଣେ, ଗଁଦିଆ ବ୍ଲକ କରଡାବଣିରୁ ଜଣେ ଓ ଅନ୍ୟ ଜଣଙ୍କର ଠିକଣା ହସ୍ତଗତ ହୋଇ ପାରି ନାହିଁ।

ତେବେ ଜିଲ୍ଲାରେ ବର୍ତ୍ତମାନ କରୋନାରେ ଆକ୍ରାନ୍ତ ହୋଇ ୧୮୯ ଜଣ ଚିକିତ୍ସା ହେଉଥିବା ବେଳେ ୧୯ ଜଣ ସୁସ୍ଥ ହୋଇ ଫେରିଛନ୍ତି। ୨୯ ଜଣ କରୋନାରେ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି।

ସମସ୍ତେ ସଚେତନ ନହେଲେ ଆଗକୁ ପରିସ୍ଥିତି ଜଟିଳ ହେବାର ସମ୍ଭାବନା ରହିଛି। ତେଣୁ ମାସ୍କ ବ୍ୟବହାର କରିବା ସହ ଅନ୍ୟ ମାନଙ୍କୁ ସଚେତନ କରିବା ଜରୁରୀ।

new life
You might also like
error: Content is protected !!