ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଆଦିବାସୀ ମାନଙ୍କ ମଧ୍ୟରେ ରହିଥିବା ଅନ୍ଧ ବିଶ୍ୱାସକୁ ଦୂରେଇବା ଏବେ ବି ସମ୍ଭବ ହୋଇନାହିଁ ।
। ରିଷ୍ଟ ଖଣ୍ଡନ ପାଇଁ ନାବାଳିକା ସହିତ କୁକୁରର ବିବାହ ତା ପୁଣି ବାଜାରୋଷଣୀ ସହିତ ଭୋଜି ଭାତର ପର୍ବ ମଧ୍ୟରେ ବେଶ ରୋଚକ ହୋଇଛି ।
କରଗୋଳା ପପଞ୍ଚାୟତ ଦେବଗଣ ସାହିରେ ଦେଖିବାକୁ ମିଳିଛି ଏକ ନିଆରା ପରମ୍ପରା । ନାବାଲିକାର ରିଷ୍ଟ ଖଣ୍ଡନ ବା ବାହାଡା ଦାନ୍ତ ଯଦି ଉପର ମାଢିରେ ଉଠେ ତେବେ ତାହା ଅଶୁଭ ବୋଲି ଗଣନା କରାଯାଇଥାଏ । ଶିଶୁ କନ୍ୟା ଜନ୍ମନେବା ପରେ ଏଭଳି ହେଲେ ତାକୁ କୁକୁର ସହିତ ବିବାହ କରାଯାଏ ।
ପୁଅ ପିଲା ହୋଇଥିଲେ ମାଈ କୁକୁର ସହିତ ଏବଂ ଝିଅ ହୋଇଥିଲେ ପୁରୁଷ କୁକୁର ସହିତ ବିବାହ କରାଯାଏ ।ସେହିପରି କରଗୋଳା ଦେବଗଣ ସାହିରେ ଏଭଳିପରମ୍ପରା ଦେଖିବାକୁ ମିଳିଥିଲା । ଗ୍ରାମର
ଜେନୌକା ଝିଅର ବାହାଡା ଦାନ୍ତ ଉଠିବାରୁ ତାକୁ ଏକ କୁକୁର ସହିତ ବିବାହ କରାଯାଇଥିଲା । ଡିଜେ ସହିତ ବାଦ୍ୟ ଯନ୍ତ୍ର,ଢୋଲ,ଲାଇଟ ସାଜସଜ୍ଜା କରାଯାଇ ନାବାଳିକାକୁ କୁକୁର ସହିତ ବିବାହ କରାଯାଇଥିଲା । କୁକୁରକୁ ମଧ୍ୟ ଗୋଧେଇ ଦିଆଯାଇ ଫୁଲ ଚନ୍ଦନ ସିନ୍ଦୁର ଲଗାଯାଇ ତାକୁ ଡ୍ରେସ ପିନ୍ଧାଇ ଏଭଳି କରାଯାଇଥିଲା ।
ବାଣ ବାଜା ସହିତ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯିବା ସହିତ ଶେଷରେ ବ୍ରାହ୍ମଣ ଙ୍କ ଦ୍ୱାରା ଏହି ବିବାହ ସମ୍ପନ୍ନ କରାଯାଇଥିଲା ।ଶେଷରେ ଅତିଥି ଏବଂ ସାହି ପଡିଶାକୁ ଭୋଜି ଭାତ ଦିଆଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।