News
WhatsApp Image 2023-10-04 at 17.25.00
samparksetu

୩୩ଟି ସାଙ୍ଗଠନିକ ଜିଲ୍ଲା ପାଇଁ ୩୩ ଜିଲ୍ଲା ସଭାପତି ଚୟନ, ଢେଙ୍କାନାଳ ରୁ ସାଗରିକାଙ୍କ ଉପରେ ମୋହର ମାରିଲେ ସୁପ୍ରିମୋ

ବିଜୁ ମହିଳା ଜନତା ଦଳରେ ନୂଆ ନିଯୁକ୍ତି ଦିଆଯାଇଛି । ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କ ସୁପାରିସ୍ କ୍ରମେ ନୂଆ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ରାଜ୍ୟ କାର୍ଯ୍ୟାଳୟରେ ଉପଦେଷ୍ଟା ଭାବେ ଡକ୍ଟର ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରୀତା ତରାଇ, ଲତିକା ପ୍ରଧାନ, ନନ୍ଦିନୀ ଦେବୀଙ୍କୁ ନିଯୁକ୍ତ କରାଯାଇଛି । ସେହିଭଳି କାର୍ଯ୍ୟକାରୀ ସଭାପତି ଭାବେ ସୁଭାଶିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି ।

ସେହିପରି ୩୩ଟି ସାଙ୍ଗଠନିକ ଜିଲ୍ଲାରେ ୩୩ ଜଣଙ୍କୁ ସଭାପତି ଭାବେ ନିଯୁକ୍ତ କରାଯାଇଛି । ବିଜୁ ମହିଳା ଜନତା ଦଳର ଏକଜୁକ୍ୟୁଟିଭ୍ ବଡି ମେମ୍ବର ଭାବେ ୬୯ ଜଣଙ୍କୁ ନିଯୁକ୍ତ କରାଯାଇଛି । ତେବେ ଢେଙ୍କାନାଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାପତି ଭାବେ ଶ୍ରୀମତୀ ସାଗରିକା ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ସାଗରିକା ବିଜୁ ମହିଳା ଜନତା ଦଳର ନେତ୍ରୀ ଭାବେ ରାଜ୍ୟରେ ବେସ୍ ପରିଚୟ ହାସଲ କରିଥିଲେ । ତେଣୁ ବିଗତ ଦିନର କାର୍ଯ୍ୟ ଶୈଲିକୁ ଅନୁଧ୍ୟାନ କରି ସାଗରିକାଙ୍କ ଉପରେ ଉପରେ ମୋହର ମାରିଛନ୍ତି ସୁପ୍ରିମୋ । ସେହିପରି କାର୍ଯ୍ୟକାରି ସଭାନେତ୍ରୀ ଭାବେ ରୁବି ବିଶ୍ୱାଳ ଙ୍କୁ ମିଳିଛି ଦାୟିତ୍ବ ।

ପ୍ରେସ୍ ଇସ୍ତାହାର ଜରିଆରେ ଏନେଇ ସୂଚନା ଦେଇଛନ୍ତି ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଢେଙ୍କାନାଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତି ଦେଇ ଥିବାରୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ସାଗରିକା । ସେହିପରି ରାଜ୍ୟ ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ନେହାଗିନି ଛୁରିଆ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଓ ବିଜେଡି ଢେଙ୍କାନାଳ ଜ଼ିଲ୍ଲା ସଭାପତି ତଥା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ ମଲ୍ଲିକ, ସଦର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ, ସାଂସଦ ମହେଶ ସାହୁ, ପରଜଙ୍ଗ ବିଧାୟକ ଡା ନୃସିଂହ ସାହୁ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

new life
You might also like
error: Content is protected !!