News
WhatsApp Image 2023-10-04 at 17.25.00
samparksetu

ଲୋକାର୍ପଣ ହେଲା ଶ୍ୱେତପଦ୍ମା ଙ୍କ ଲିଖିତ ଉପନ୍ୟାସ “ସଖୀ କଣ୍ଢେଇ”

ଚଳିତ ମାସ ଜୁନ୍ ୧୯ ତାରିଖ ରବିବାର ଅପରାହ୍ନ ୪ଟାରେ ବର୍ଷା ପବ୍ଲିକେସନ୍ ଦ୍ବାରା ଔପନ୍ୟାସିକା ଶ୍ୱେତପଦ୍ମା ପାଢ଼ୀଙ୍କ ପ୍ରଥମ ଉପନ୍ୟାସ “ସଖୀ କଣ୍ଢେଇ”ର ଲୋକାର୍ପଣ ଉତ୍ସବ ଭୁବନେଶ୍ୱର ସ୍ଥିତ ଭାରତୀୟ ବିଦ୍ୟା ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି ।

ଶ୍ୱେତପଦ୍ମା ପାଢ଼ୀ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ଜଗନ୍ନାଥ ବଜାର ନିବାସୀ ସ୍ଵର୍ଗତ ଗତିକୃଷ୍ଣ ତ୍ରିପାଠୀଙ୍କ ତୃତୀୟ ପୁତ୍ର ଶ୍ରୀଯୁକ୍ତ ତାରେଶ୍ବର ତ୍ରିପାଠୀଙ୍କ ଜ୍ୟୈଷ୍ଠ ବୋହୂ । ତାଙ୍କ ସ୍ବାମୀ ଶ୍ରୀଯୁକ୍ତ ତନ୍ମୟ ତ୍ରିପାଠୀ ପୁନେରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟରତ । ଶ୍ୱେତପଦ୍ମା ପାଢ଼ୀ, ସ୍ବର୍ଗତ ଶାନ୍ତି ରଞ୍ଜନ ପାଢ଼ୀ ଓ ସୁପ୍ରଭା ପାଢୀଙ୍କ ଜ୍ୟୈଷ୍ଠ କନ୍ୟା ।

ଏହି ଉତ୍ସବର ଆବାହକ ତଥା ବର୍ଷା ପବ୍ଲିକେଶନ୍ ର ପ୍ରତିଷ୍ଠାତା ବିଶିଷ୍ଟ କବି ବାଦଲ ମହାନ୍ତି ସୁସ୍ବାଗତିକା କରି କାର୍ଯ୍ୟକ୍ରମଟି ଆରମ୍ଭ କରିଥିଲେ । ଗାଳ୍ପିକ କ୍ଷୀରୋଦ ବିହାରୀ ବିଶ୍ବାଳ ଏବଂ ଗାଳ୍ପିକା ସ୍ନେହଲତା ଦାସ ଲେଙ୍କାଙ୍କ ସୁନ୍ଦର ସଂଯୋଜନାରେ ମୁଖ୍ୟ ଅତିଥି ସୁସାହିତ୍ୟିକା ଡଃ ହିରଣ୍ମୟୀ ମିଶ୍ର, ସମ୍ମାନିତ ଅତିଥି ବିଶିଷ୍ଟ କଥାଶିଳ୍ପୀ ଶ୍ରୀଯୁକ୍ତ ଅମରେଶ ବିଶ୍ବାଳ, ବରିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ ପବିତ୍ର ମୋହନ ଦାଶ ଏବଂ ବିଶିଷ୍ଟ ଔପନ୍ୟାସିକା ଏବଂ ମୈତ୍ରେୟୀ ଲେଖିକା ସଂଗଠନର ସମ୍ପାଦିକା ଲକ୍ଷ୍ମୀ ଚାନ୍ଦ ଉପନ୍ୟାସ ଉପରେ ଆଲୋକପାତ କରିବା ସହ ନୂତନ ଲେଖକଙ୍କୁ ବିଭିନ୍ନ ବର୍ଗ ଓ ବିଭାଗ ଉପରେ ଲେଖିବା ପାଇଁ ପ୍ରେରଣା ଦେଇଥିଲେ । ଉନ୍ମୋଚିତ ପୁସ୍ତକର ସମୀକ୍ଷା କରିଥିଲେ ବିଶିଷ୍ଟ କଥାଶିଳ୍ପୀ ମୈାସୁମୀ ଦାସ ।

ପରିଶେଷରେ ଆହ୍ବାନ ଆଜିର ସମ୍ପାଦକ ଦେବାଶିଷ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ଏହି ଅବସରରେ ବହୁତ କବି, ଲେଖକ ଓ ସାହିତ୍ୟପ୍ରେମୀ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ସୂଚାରୁରୂପେ ପ୍ରତିପାଦିତ କରିଥିବାରୁ ଔପନ୍ୟାସିକା ଶ୍ୱେତପଦ୍ମା ପାଢ଼ୀ ଓ ତାଙ୍କ ପରିବାର ଙ୍କ ତରଫରୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଥିଲେ ।

new life
You might also like
error: Content is protected !!