News
WhatsApp Image 2023-10-04 at 17.25.00
samparksetu

ପ୍ରାର୍ଥନା ସଭାରେ ଟଳିପଡି ଛାତ୍ର ମୃତ୍ୟୁ ଘଟଣା ,ଶୋକସଭା ଚାଲିଥିବା ବେଳେ ୨ଛାତ୍ରୀ ଅଚେତ

ବୋରାପଦା ଠାରେ ଥିବା ସରକାରୀ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ)ରେ ଗତକାଲି ଜଣେ ଛାତ୍ର ପ୍ରାର୍ଥନା ସଭାରେ ଟଳିପଡି ମୃତ୍ୟୁବରଣ କରିଥିବା ବେଳେ , ଆଜି ପୁଣି ଦୁଇ ଛାତ୍ରୀ ଅଚେତ ହୋଇ ପଡିଥିଲେ ।

ଶନିବାର ଦିନ ବିଦ୍ୟାଳୟରେ ଶୋକସଭା ଚାଲିଥିବା ବେଳେ ଦୁଇ ଛାତ୍ରୀ ଅଚେତ ହୋଇପଡିଥିଲେ । ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥାବସ୍ଥାରେ ସୁଧାର ଆସିବା ପରେ ଘରକୁ ପଠାଇ ଦିଆଯାଇଥିବା ଜଣାଯାଇଛି । ଏପରି ଘଟଣା ପରେ ଆଇଟିଆଇରେ ଭୟର ବାତାବରଣ ଦେଖା ଦେଇଥିଲା ।

ପ୍ରକାଶ ଥାଉକି, ଗତକାଲି ଇଲେକ୍ଟ୍ରିକାଲ ବିଭାଗ ପ୍ରଥମ ବର୍ଷର ଛାତ୍ର ତଥା କାମାକ୍ଷାନଗର ଥାନା ସରଦେଇପୁର ଗାଁର ଅଭିଜିତ୍ ଦାସ(୧୬) ସବୁଦିନ ପ୍ରାର୍ଥନା ସଭାକୁ ଆସିଥିଲେ । ପ୍ରାର୍ଥନା ସଭାରେ ହଠାତ୍ ମର୍ଚ୍ଛା ହୋଇ ପଡିଯାଇଥିଲେ । ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଛାତ୍ରଙ୍କ ମୃତ୍ୟୁକୁ ନେଇ ଆଜି ଆଇଟିଆଇ ପରିସରରେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ଶୋକ ସଭା କରୁଥିଲେ ।

ସଭା ଚାଲିଥିବା ବେଳେ ଜଣେ ଛାତ୍ରୀ ଅଚେତ ହୋଇ ପଡିଥିଲେ । ତାଙ୍କୁ ପାଣି ଦେବାପରେ ସ୍ୱାଭାବିକ ହେବାରୁ ହଷ୍ଟେଲକୁ ପଠାଇ ଦିଆଯାଇଥିଲା । ପୁଣି ଶୋକ ସଭା ସରିବା ପରେ ଆଉ ଜଣେ ଇଲେକ୍ଟ୍ରିକାଲ ବିଭାଗ ପ୍ରଥମ ବର୍ଷର ଛାତ୍ରୀ ଅଚେତ ହୋଇଥିଲେ । ତାଙ୍କ ଅବସ୍ଥା ଭଲ ନରହିବାରୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଥିଲା । ସ୍ୱସ୍ଥ୍ୟ ଅଵସ୍ଥାରେ ଉନ୍ନତି ଆସିବା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଥିବା ଅଧ୍ୟକ୍ଷ ଚନ୍ଦ୍ରଶେଖର ତ୍ରିପାଠୀ କହିଛନ୍ତି । ତେବେ ଛାତ୍ରଙ୍କ ମୃତ୍ୟୁ ସମ୍ପର୍କରେ ପୁଲିସରେ ଜଣାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡିବ । ଉକ୍ତ ଛାତ୍ରଙ୍କ ମୃତ୍ୟୁକୁ ନେଇ କଲେଜରେ ଶୋକାକୁଳ ପରିବେଶ ରହିଛି । ସହପାଠୀଙ୍କୁ ହରାଇ ଆଜି ଦୁଇ ଛାତ୍ରୀ ଅଚେତ ଯାଇଥିଲେ ।

ଆଜି କଲେଜର ସମ୍ପୂର୍ଣ୍ଣ ପାଠପଢା ବନ୍ଦ କରି ଦିଆଯାଇଛି । ଆସନ୍ତାକାଲି ରବିବାର ଥିବାରୁ ଛାତ୍ରଛାତ୍ରୀଙ୍କୁ ଘରୁ ବୁଲି ଆସିବାକୁ ପରାମର୍ଶ ଦିଆଯାଇଛି । ଏହାସହ ଖୁବ୍‌ଶୀର୍ଘ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!