News
WhatsApp Image 2023-10-04 at 17.25.00
samparksetu

ଦୃଷ୍ଟି ଆଢ଼ୁଆଳରେ ୫୩ନମ୍ବର ରାଜପଥ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ହାତିଲୁଚାଣି ଛକ ଠାରୁ ପରଜଙ୍ଗ ବଜାର ଦେଇ ଯାଇଥିବା ବାରିହାପୁର ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ରାଜପଥଟି ମରଣଯନ୍ତା ଅବସ୍ଥାରେ ଥିଲେ ମଧ୍ୟ ମରାମତି ଦିଗରେ ଆଜି ପର୍ଯ୍ୟନ୍ତ ବିଭାଗୀୟ କତୃପକ୍ଷଙ୍କ ନିଦ ଭାଙ୍ଗୁନି ।ଯାହାକି ପ୍ରତ୍ୟେକ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ଯାନବାହାନ ଚଳାଚଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ।

ହାତୀଲୁଚାଣି ଛକ ନିକଟରେ ରହିଥିବା ପେଟ୍ରୋଲ ପମ୍ପ ନିକଟରେ ନୂତନ ଭାବେ ଚାରି ଲେନ ବିଶିଷ୍ଟ ଜାତୀୟ ରାଜପଥ ହୋଇଥିବା ବେଳେ ଏହି ରାସ୍ତା ଦେଇ ଯାନବାହାନ ଯାତାୟତ କରୁଥିବା ବେଳେ ବର୍ତ୍ତମାନ ହାତୀଲୁଚାଣି ଛକ ଠାରୁ ବଜାର ମଧ୍ୟରେ ଯାଇଥିବା ବାରିହାପୁର ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ରାସ୍ତାଟି ଶୋଚନୀୟ ଅବସ୍ଥାରେ ସମସ୍ତଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଥିବା ବେଳେ ଏହା ଆଜି ପର୍ଯ୍ୟନ୍ତ ମରାମତି ନହେବା ଦୁର୍ଭାଗ୍ୟ ଜନକ ଅଟେ ।କାରଣ ନୂତନ ରାଜପଥ ଅପେକ୍ଷା ଏହି ରାସ୍ତାଟି ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ ।

ପରଜଙ୍ଗ ଉପରେ ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ସାଙ୍ଗକୁ ବଜାର, ବ୍ଲକ,ମେଡ଼ିକାଲ ,ଅଗ୍ନିସେବା କେନ୍ଦ୍ର ଥାନା ତହସିଲ ,କୋର୍ଟ ଓ ଅନ୍ୟ ସମସ୍ତ ଅନୁଷ୍ଠାନ ଗୁଡ଼ିକ ରହିଥିବାରୁ ପ୍ରତ୍ୟେକ ଦିନ ଜନସାଧାରଣ ଏହି ଦୟନୀୟ ରାସ୍ତାରେ ନାହିଁ ନଥିବା ଅସୁବିଧା ଦେଇ ଯାତାୟତ କରୁଛନ୍ତି । ଏତଦ୍ ବ୍ୟତୀତ ଦମକଳ ବାହିନୀ ଗାଡ଼ି, ଆମ୍ବୁଲାନ୍ସ ଗାଡ଼ି ଘଟଣା ସ୍ଥଳରେ ଯଥା ସମ୍ଭବ ପହଞ୍ଚିବା କାଠିକର ପାଠ ହୋଇ ପଡୁଛି ।ଏହି ରାସ୍ତାରେ ୨ଟି ବିପଦ ସଙ୍କୁଳ ଅବସ୍ଥାରେ ପୋଲ ରହିଛି ।

ଉକ୍ତ ପୋଲ ମଧ୍ୟରୁ ଗୋଟିଏ ହାତୀଲୁଚାଣି ଛକ ନିକଟରେ ଘୋଡାଡ଼ିଆଁ ନାଳର ପୋଲ ରହିଥିବା ବେଳେ ଏହାର କିଛି ଦୂରତା ମଧ୍ୟରେ ରହିଛି ଶାଖା କେନାଲ ପୋଲ ।ବର୍ତ୍ତମାନ ଏହି ପୋଲର ଅବସ୍ଥା ନକହିବା ଭଲ , ଶହ ଶହ ସଂଖ୍ୟାରେ ଯାନବାହାନ ଚଳାଚଳ ଏହି ବିପଦ ସଙ୍କୁଳ ପୋଲ ଉପରେ ଯାତାୟତ କରିଚାଲିଛନ୍ତି , ଆଉ ସାମାନ୍ୟ ବର୍ଷା ହେଲେ ରାସ୍ତା ସାରା କୂଅ ପୋଖରୀ ସଦୃଶ ଦେଖିବାକୁ ମିଳିଥାଏ ।

ରାସ୍ତାଟି ମରାମତି ଅଭାବରୁ ପିଚୁର ଚିହ୍ନବର୍ଣ୍ଣ ଆଉ ଦେଖିବାକୁ ମିଳୁନି ।ଯାନବାହାନ ଯାତାୟାତ ସମୟରେ ପ୍ରଚୁର ଧୂଳି ଯୋଗୁଁ ଯାତ୍ରୀ ଅନେକ ସମସ୍ୟା ଭୋଗିବାକୁ ପଡୁଛି ।ତୁରନ୍ତ ବିଭାଗୀୟ ଅଧିକାରୀ ହାତୀଲୁଚାଣି ଛକ ବାଇପାସ୍ ଠାରୁ ବାରିହାପୁର ଦୁର୍ଗା ମନ୍ଦିର ବାଇପାସ୍ ପର୍ଯ୍ୟନ୍ତ ପିଚୁ ପରିବର୍ତ୍ତେ କଂକ୍ରିଟ ରାସ୍ତା ନିର୍ମାଣ କରିବାକୁ ଜନସାଧାରଣରେ ଦାବି ହେଉଛି ।

new life
You might also like
error: Content is protected !!