News
WhatsApp Image 2023-10-04 at 17.25.00
samparksetu

୫୫ ନଂ ଜାତୀୟ ରାଜପଥ କାର୍ଯ୍ୟ ନିମ୍ନମାନର କାର୍ଯ୍ୟ ଶେଷ ହେବାର ମାସକରେ ଉଠିଲାଣି କଂକ୍ରିଟ !

ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥକୁ ନେଇ ବାରମ୍ବାର ଦାବି ସତ୍ତ୍ୱେ ବିଭାଗୀୟ ଅଧିକ।ରୀ ନିଜର ମନମୁଖୀ କାର୍ଯ୍ୟ ଚଳାଇଥିବାର ଜଣାପଡିଛି । ଆନ୍ଦୋଳନ ହେଲେ ଜାତୀୟ ରାଜପଥ ବିଭାଗ ତରଫରୁ ଦିନେ ଦଇୁ ଦନି କାର୍ଯ୍ୟ କରାଯାଇ ପୁଣି ବନ୍ଦ କରିଦିଆ ଯାଉଛି ।

କିଛିଦିନ ହେବ ସହର ନିକଟସ୍ଥ କଣ୍ଟାନାଳୀ ବାଇପାସ ଠାରୁ ମହିଷ।ପାଟ ପର୍ଯ୍ୟନ୍ତ ନୂତନ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା । କିନ୍ତୁ ନିମ୍ନ ମାନର କାର୍ଯ୍ୟ ଯୋଗୁ ବିଭିନ୍ନ ସ୍ଥାନରେ କଂକ୍ରିଟ ଉଠିଯାଇଥିବାର ଦେଖବାକୁ ମିଳିଛି ।

ରାସ୍ତାରେ କଂକ୍ରିଟ ଉଠି ଗାତ ହୋଇଗଲାଣି । ସେହିପରି ସହର ନିକଟସ୍ଥ କୋରିଆଁ ବାଇପାସ ନିକଟରେ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡଥିବାର ଜଣାପଡିଛି ।

ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ରାସ୍ତାକାର୍ଯ୍ୟ କରୁନଥିବାର ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୋରିଆଁ ବାଇପାସ ଏବଂ ସହର ନିକଟସ୍ଥ ରାସ୍ତାକୁ ପୂଜା ପୂର୍ବରୁ ମରାମତି କରିବାକୁ ଦାବି କରାଯାଇଛି ।

new life
You might also like
error: Content is protected !!