News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ପୋଲିସ୍ ର ବଡ ସଫଳତା, କଣ୍ଟାଣାଳୀ ବାଇପାସ ନିକଟରେ ଲୁଟ୍ ଘଟଣାରେ ଅଭିଯୁକ୍ତ ଙ୍କୁ ଗିରଫ କଲା ପୋଲିସ୍

ରାଜ୍ୟବ୍ୟାପୀ ସଂକ୍ରମଣ  ଲକଡାଉନ୍ ସହ ନାଇଟକର୍ଫ୍ୟୁ ଏହାର ଫାଇଦା ନେଇ ବିଭିନ୍ନ ଜିଲ୍ଲାରେ ମାତିଛନ୍ତି ଲୁଟେରା । ତେବେ ଏଭଳି ଏକ ଲୁଟେରା ଗ୍ୟାଙ୍ଗ କୁ ଗିରଫ କରିବା ସହ ମାରଣାସ୍ତ୍ର ଏବଂ ଚୋରି ସାମଗ୍ରୀ ଜବତ କରିଛି ଢେଙ୍କାନାଳ ଟାଉନ ପୋଲିସ୍ ।

ସୂଚନା ଅନୁଯାୟୀ ଗତ ୧୦ .୦୬.୨୦୨୧  (ଗୁରୁବାର)  ରାତି ପ୍ରାୟ ୮.୪୦ ସମୟରେ କଣ୍ଟାନାଳୀ ବାଇପାସ ର ଜଣଙ୍କ ଘରେ ୩ ଜଣ ଯୁବକ ପଶି ମାରଣାସ୍ତ୍ର ଦେଖାଇ ଭୟବିତ କରିବା ସହ ମୋବାଇଲ ଏବଂ ସୁନା ଅଳଙ୍କାର ଲୁଟ୍ କରିଥିଲେ ।

ତେବେ ଏନେଇ ଟାଉନଥାନାରେ ଏକ ମାମଲା ରୁଜୁ କରାଯାଇ ଥିଲା । ଦୁର୍ବୃତ୍ତ ଙ୍କୁ ଧରିବା ନିମନ୍ତେ ଟାଉନ ଥାନା ଅଧିକାରୀ ନମିତା ନାୟକ ଙ୍କ ତତ୍ୱାବଧାନ ରେ ତିଆରି ହୋଇଥିଲା ବ୍ଲୁପ୍ରିଣ୍ଟ, ଅନ୍ୟ କୌଣସି କାଣ୍ଡ ଘଟାଇଵା ପୂର୍ବରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨ ଜଣ ମାଷ୍ଟରମାଇଣ୍ଡ କୁ କାବୁ କରିବା ସହ  ତାଙ୍କଠାରୁ ମାରଣାସ୍ତ୍ର ଏବଂ ଚୋରି ସାମଗ୍ରୀ ଜବତ କରିଥିଲା ଟାଉନ ଥାନା ପୋଲିସ୍ ।

ଅନ୍ୟପଟେ ଚୋରି ସାମଗ୍ରୀ ଗ୍ରହଣ କରିଥିବା ଅଭିଯୋଗ ରେ ଆଉ ୪ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।  ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଢେଙ୍କାନାଳ ସହରର ହୋଇଥିବା ବେଳେ ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସଦର ଏସଡିପିଓ ଶ୍ରୀ ବିକାଶ ବେରୁଆ ସୂଚନା ଦେଇଛନ୍ତି ।

new life
You might also like
error: Content is protected !!