News
WhatsApp Image 2023-10-04 at 17.25.00
samparksetu

କିଛି ମାତ୍ରାରେ ସୁସ୍ଥ ହୋଇ ଘରକୁ ଫେରିଲେ ରୀତା

ଖବର ପ୍ରସାରଣ ପରେ ରୀତା ଙ୍କ ଚିକିତ୍ସା ପାଇଁ ହାତ ବଢ଼ାଇଲା ଥିଲେ ସ୍ବେଚ୍ଛାସେବୀ ସଂଗଠନ । ନେହେରୁ ଯୁବ କେନ୍ଦ୍ର ଏବଂ କେନ୍ଦୁଝର ସମାଜସେବୀ ମହାସଂଘ ମିଳିତ ସହଯୋଗରେ କଟକ ବଡ଼ ମେଡିକାଲ ରେ ଆଜି ରୀତା ଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ପେଟରୁ ୩ ଲିଟର ପାଣି ବାହାର କରାଯାଇଛି। ଵର୍ତ୍ତିମାନ ସେ ସ୍ତସ୍ଥ ଅଛନ୍ତି ଏବଂ ଘରକୁ ଫେରିଛନ୍ତି ।୬ ମାସ ପରେ ତାଙ୍କର ଅସ୍ତ୍ରୋପଚାର କରାଯିବ ବୋଲି ଡାକ୍ତର କହିଛନ୍ତି ।

ପୂର୍ବରୁ ପ୍ରସାରିତ ହୋଇଥିବା ଖବର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ପଲିସାନ୍ତାରାପୁରର ଛେଳିଆବେଢା ବାସୀ ରୀତା ପ୍ରଧାନ ବୟସ ୧୫ ବର୍ଷ । ବର୍ଷେ ହେଲାଣି ପେଟ ରୋଗରେ ପିଡିତ। ବର୍ତ୍ତମାନ ଖେଳିବା ବୁଲିବା ଦିନରେ ଅସହ୍ଯ ଜନ୍ତ୍ରଣା ରେ ଦିନ କରୁଛନ୍ତି ରୀତା। ଏମିତି ଝିଅର ମା ହେଉଛନ୍ତି ଗୀତା ପ୍ରଧାନ ପେଶାରେ ଶ୍ରମିକ। କିଛି ବର୍ଷ ପୁର୍ବେ ସ୍ବାମୀ ସନ୍ତୋଷ ପ୍ରଧାନ ହାତୀ ଆକ୍ରମଣ ରେ ପ୍ରାଣ ହରାଇ ଥିଲେ। ଏପରି ପରିସ୍ଥିତିରେ ଝିଅର ଦୁଃଖ ତାଙ୍କୁ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଥିଲା ।

ଖବର ଆମେ ପ୍ରସାରଣ କରିବା ପରେ ରୀତା ଙ୍କୁ ନେହେରୁ ଯୁବ କେନ୍ଦ୍ର ଏବଂ କେନ୍ଦୁଝର ସମାଜସେବୀ ମହାସଂଘ ର କର୍ମକର୍ତ୍ତା ମାନେ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ କୁ ପଠାଇବାର ବ୍ୟବସ୍ଥା କାରିଥିଲେ ।

new life
You might also like
error: Content is protected !!