News
WhatsApp Image 2023-10-04 at 17.25.00
samparksetu

ପୁରଣ ହେଲା ପୂର୍ଣ୍ଣଚନ୍ଦ୍ରଙ୍କ ସ୍ୱପ୍ନ ; ପାଇଖାନା ଘରେ ରହୁଥିବା ଭୂମିହୀନ ବୃଦ୍ଧ ଦମ୍ପତ୍ତି ଙ୍କୁ ମିଳିଲା ପଟ୍ଟା

ଢେଙ୍କାନାଳ ଜିଲ୍ଲା  ଗଁଦିଆ ବ୍ଲକ ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ଛୋଟ ଗାଁ ଟିଏ ମହୁଲଖୋଳି । ଏ ଗାଁର ପୂର୍ଣ୍ଣଚନ୍ଦ୍ର ବେହେରା( ୬୫) ରୁଗୁଣ ଶରୀର। ପରିବାର କହିଲେ ସ୍ତ୍ରୀ ପାର୍ବତୀଙ୍କୁ ମିଶାଇ ଦୁଇ ଜଣ, ଉଭୟ ନିଃସନ୍ତାନ। ବୃଦ୍ଧ ଦମ୍ପତିଙ୍କ ସାହା କହିଲେ କେହି ନାହାଁନ୍ତି। ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ପରିବାରକୁ ମିଳୁଛି ଦଶ କିଲୋଗ୍ରାମ ଚାଉଳ ଓ ଜଣେ ପାଉଛି ବାର୍ଦ୍ଧକ୍ୟ ଭତ୍ତା ପାଞ୍ଚ ଶହ।

ବୃଦ୍ଧ ଙ୍କୁ ପଟ୍ଟା ମିଳୁଥିବା ଦୃଶ୍ୟ

ଘର ଆସବାବପତ୍ର ଯାହା କିଛି ସ୍ବଛ ଭାରତ ଯୋଜନାରେ ମିଳିଥିବା ପାଇଖାନା ଘରେ ରହୁଛି । ମୁଣ୍ଡ ଗୁଞ୍ଜିବାକୁ ନଥିଲା ଛାତ ।ଏ ଖବର ଢେଙ୍କାନାଳ ଅପଡେଟ୍ ରେ ପ୍ରସାରଣ କରିବା ସହ ବୃଦ୍ଧ ଦମ୍ପତ୍ତିଙ୍କୁ ସରକାରୀ ସ୍ତରରେ କିପରି ସହାୟତା ଯୋଗାଇ ଦିଆଯିବ ଉଦ୍ୟମ ମଧ୍ୟ କରିଥିଲୁ  ।  ବୃଦ୍ଧ ଦମ୍ପତ୍ତିଙ୍କର କୌଣସି ସନ୍ତାନ ନଥିବା ସହ ସେମାନେ ଭୂମିହୀନ ହୋଇଥିବାରୁ ତାଙ୍କର ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ହୋଇ ପାରି ନାହିଁ। ତେବେ ବିପଦର ବନ୍ଧୁ ସାଜିଥିଲେ ଛାତ୍ର ନେତା ଅନିଶ ରଥ, ତାଙ୍କ ଅହରହ  ଉଦ୍ୟମରେ  ଗଁଦିଆର ତହସିଲଦାର ଶ୍ରୀ ଶୁସାନ୍ତ ମିଶ୍ରଙ୍କୁ ଜଣାଇ ଆଜି  ବୃଦ୍ଧ ପୂର୍ଣଚନ୍ଦ୍ରଙ୍କ ଘରଡିହ ପଟା ଖଣ୍ଡିଏ ମିଳିଛି ।

ପୂର୍ବରୁ ପ୍ରସାରିତ ହୋଇଥିବା ଖବର

ତେବେ ଗଁଦିଆ ତହସିଲଦାର ଶ୍ରୀ ଶୁସାନ୍ତ ମିଶ୍ର ଏବଂ ଛାତ୍ରନେତା
ଅନିଶ ରଥଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ବେଳେ, ଢେଙ୍କାନାଳ ଅପଡେଟ୍ କୁ ବୃଦ୍ଧ ଦମ୍ପତି  ଢେଙ୍କାନାଳ ଅପଡେଟ୍ କୁ ଆଶୀର୍ବାଦ ଜଣାଇଛନ୍ତି ।

Content© Dhenkanal update

new life
You might also like
error: Content is protected !!