ଖବର ପ୍ରକାଶ ପାଇବା ପରେ ଅସହାୟଙ୍କୁ ମିଳିଲା ତାଙ୍କ ଅଧିକାର। ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ନଡିଆଳି ପଞ୍ଚାୟତର କୁସୁମ ବେହେରା, ଅନେକ ଗୁହାରି କରିବା ସତ୍ତ୍ୱେ କେହି ତାଙ୍କ ଦୁଃଖ ଶୁଣି ନଥିଲେ ।
ସୁଚନା ଥାଉ କି, ଏହି ପଞ୍ଚାୟତର ଇନ୍ଦ୍ରମଣି ବେହେରାଙ୍କ ଅବିବାହିତା ୪୪ ବର୍ଷୀୟା ଝିଅ କୁସୁମ ଭତ୍ତା ଟିଏ ପାଇବା ପାଇଁ ପାଞ୍ଚ କି ସାତ ବର୍ଷ ହେଲା ଦୌଡୁ ଥିଲେ। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କର ଭତ୍ତା ହୋଇ ନ ଥିଲା। ତେବେ ଗରିବ କୁସୁମ ଭତ୍ତା ମଞ୍ଜୁର ହେବା ପରେ ସେ ଖୁସି ବ୍ୟକ୍ତ କରିଛନ୍ତି ।