News
WhatsApp Image 2023-10-04 at 17.25.00
samparksetu

ମୁଣ୍ଡିଆପଶି ଜଙ୍ଗଲରୁ ମୂଲ୍ୟବାନ ଗଛ କଟା ଘଟଣା ; ଗିରଫ୍ ହେଲେ ଆଉ ୨ ଅଭିଯୁକ୍ତ

ହିନ୍ଦୋଳ ବନଖଣ୍ଡ ମୁଣ୍ଡିଆପଶି ଜଙ୍ଗଲରୁ କିଛି ଅସାମାଜିକ ଲୋକ ବନବିଭାଗ କର୍ମଚାରୀଙ୍କୁ ହାତର କରି ମେସିନ ଲଗାଇ ବହୁ ମୂଲ୍ୟବାନ ଗଛ ଜଙ୍ଗଲରୁ କାଟି ନେଉଥିବା ଖବର ଆମେ ଗତ ଅଗଷ୍ଟ ୯ ତାରିଖରେ ପ୍ରକାଶ କରିଥିଲୁ। ବନବିଭାଗ କୋୖଣସି ପଦକ୍ଷେପ ନେଉନଥିବା ହେତୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।

ଖବର ପ୍ରକାଶ ପାଇବା ପରେ ଜଙ୍ଗଲ ବିଭାଗ ତତ୍ପରତା ଦେଖାଇ ତା ପରଦିନ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଆଜି ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ସେମାନେ ହେଲେ ମନୋରଞ୍ଜନ ଭୋଇ, ରୋହିତ ଭୋଇ ।

ତଥ୍ୟ ଓ ପ୍ରମାଣକୁ ଭିତ୍ତିକରି ହିନ୍ଦୋଳ ରେଞ୍ଜ ଅଫିସର ତଦନ୍ତ କରି ମୋଟ ୪ ଜଣ କାଠ ମାଫିଆଙ୍କୁ ଗିରଫ କରିଛନ୍ତି। ଏ କାମରେ କିଛି ବନ ବିଭାଗ କର୍ମଚାରୀ ସମ୍ପୃକ୍ତି ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ବି ଆଲୋଚନା ହେଉଛି।

new life
You might also like
error: Content is protected !!