News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ବନ୍ୟା କ୍ଷତିଗ୍ରସ୍ତଙ୍କ ପାଖରେ ପହଞ୍ଚିଲେ ଢେଙ୍କାନାଳ ଜିଲ୍ଲାପାଳ

ଢେଙ୍କାନାଳ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜଳମଗ୍ନ ଗଁଦିଆ ବ୍ଲକ୍ ଅନ୍ତର୍ଗତ ଗୋରଡ଼ାପାଳ ଓ ପର୍ବତକଣି ଗ୍ରାମ । ତେବେ ଆଜି ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଜଳମଗ୍ନ ଅଞ୍ଚଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ବିଭିନ୍ନ ସୁବିଧା ଅସୁବିଧା ବୁଝିବା ସହ ଅତ୍ୟାବଶ୍ୟକ ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରିଛନ୍ତି । ଢେଙ୍କାନାଳ ବିଧାୟକ ଶ୍ରୀ ସୁଧୀର କୁମାର ସାମଲଙ୍କ ସହ କ୍ଷତିଗ୍ରସ୍ତ ଅଞ୍ଚଳ ବିଷୟରେ ଆଲୋଚନା ମଧ୍ୟ କରିଛନ୍ତି ।

ବନ୍ୟାଞ୍ଚଳ ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହ ସଦର ଉପଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଗଁଦିଆ ବିଡ଼ିଓ ଶ୍ରୀ ଶିବ ଶଙ୍କର ମିଶ୍ର, ଗଁଦିଆ ତହସିଲଦାର ଶ୍ରୀ ଆଶିଷ ରଞ୍ଜନ ସାହୁ ଉପସ୍ଥିତ ଥିଲେ ।

new life
You might also like
error: Content is protected !!