News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଆକାଶରୁ ଲୋପ ପାଇଯିବେ ପକ୍ଷୀ ! ଯମଦୂତ ସାଜିଛି ୧୧ କେଭି

ପ୍ରକୃତୀର କୋଳରେ ଆମ ସହର ଢେଙ୍କାନାଳ । ଏହାର ଚତୁରପାର୍ଶ୍ଵ ବିଶାଳ ପାହାଡ଼ ପ୍ରାଚୀର ପରି ଠିଆ । ତେଣୁ ସହରରେ ବିଭିନ୍ନ ପକ୍ଷୀ ଦେଖିବାକୁ ମିଳିଥାନ୍ତି । ବିଶେଷ କରି ଦେଉଳସାହି, କୁଞ୍ଜକାନ୍ତ, କଲେଜ ବାଇପାସ ଏବଂ କୋରିଆଁ ଛକ ପାଖରେ ବିଭିନ୍ନ ବିରଳପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥାନ୍ତି। ହେଲେ ଦିନକୁ ଦିନ ଏମାନଙ୍କ କୋଳାହଳ କମିବାରେ ଲାଗିଛି । ଏହାର କାରଣ ସହର ଚାରିପାଖ ରେ ମାୟାଜାଲ ପରି ବିଛେଇ ହୋଇରହିଥିବା ୧୧କେଭି ତାର । ଜଙ୍ଗଲରୁ ଉଡ଼ିଆସି ଏମାନେ ଏହି ୧୧କେଭି ରେ ବସି ପଡ଼ିଥାନ୍ତି ଯାହାଫଳରେ ତାଙ୍କ ମୃତ୍ୟୁ ହୋଇଥାଏ । ବିଗତ କିଛି ମାସ ହେବ କୁଞ୍ଜକାନ୍ତ ଅଞ୍ଚଳରେ ପ୍ରତିଦିନ ୨ରୁ ୩ଟି କାଉ ଏହି ୧୧ କେଭି ସଂସ୍ପର୍ଶରେ ଆସି ମୄତ୍ୟୁ ମୁଖରେ ପଡିଥିବାର ଦେଖିବାକୁ ମିଳୁଛି ।

ତେବେ ଯଦି ଏପରି ପ୍ରତିଦିନ ଘଟିଚାଲିଥାଏ ଦିନେଜେ ଢେଙ୍କାନାଳ ଆକାଶରୁ ପକ୍ଷୀ ଲୋପପାଇନଯିବେ ତାହା ଏକଥା କିଏ ନ କହିବ । ଅନ୍ୟପଟେ ଆଧୁନିକତା କୁ ଆଗେଇବା ପାଇଁ ଏହି ନିରୀହ ପକ୍ଷୀଙ୍କ ଜୀବନ ନେବା ପରିବେଶବିତ୍ ଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।

new life
You might also like
error: Content is protected !!