News
WhatsApp Image 2023-10-04 at 17.25.00
samparksetu

ଜରି କୁଡ଼ିଆରୁ ମୁକ୍ତି ପାଇବେ ବସ୍ତିବାସିନ୍ଦା

ଢେଙ୍କାନାଳ ପୋୖରାଞ୍ଚଳ ରେ ଅନେକ ବସ୍ତି ଅଛି ଯେଉଁଠାରେ ଭୂମି ହୀନ ମାନେ ବହୁତ ଅବହେଳିତ ଭାବରେ ବାସ କରୁଛନ୍ତି । ତେବେ ଏ ନେଇ ସମାଜ ସେବୀ ପଙ୍କଜ କୁମାର ନାୟକ ଙ୍କ ସହଯୋଗରେ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବା ସହ ଢେଙ୍କାନାଳ ଉପଡେଟ ରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା ।

ତେବେ ଢେଙ୍କାନାଳ ପୌରପାଳିକା ପକ୍ଷରୁ ଆରମ୍ଭ ହୋଇଯାଇଛି ଜାଗା ମିଶନ ପଦକ୍ଷପ । ଗୃହ ଓ ନଗର ଉନ୍ନୟନ ବିଭାଗ,ଜାଗା ମିଶନ, ଟାଟା ଟ୍ରଷ୍ଟ ଓ ପୌରପାଳିକାର ମିଳିତ ଉଦ୍ୟମରେ ପୌରାଅଞ୍ଚଳରୁ ୨୩ ଗୋଟି ୱାର୍ଡରେ ରହୁଥିବା ଭୂମିହିନମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଏହି ଜାଗା ମିଶନରେ ସାମିଲି କରାଯାଇ ସେମାନଙ୍କୁ ଜାଗା ପଟା ସହିତ ଘର ଯୋଗାଇଦେବା ପାଇଁ ଯୋରଦାର ଭାବରେ ସର୍ଭେ କାର୍ଯ୍ୟ ଚାଲିଛି ।

ପୂର୍ବରୁ ପ୍ରସାରିତ ଖବର

ଆଜି ଶିତଳା ବସ୍ତିରୁ ପ୍ରାୟ ୨୧ଟି ପରିବାରକୁ ଏହି ମିଶନରେ ସାମିଲ କରାଯାଇଛି । ସେମାନଙ୍କୁ ଯଥାଶୀଘ୍ର କୋରିଆଁ ଜୁଆଙ୍ଗ ସାହିଠାରେ ହେଉଥିବା ନୂତନ ବସତି ସ୍ଥାପନ (ନିୟୁ ହାବିଟେସନ, ଗୃହକୁ ଅଣାଯାଇ ଥଇଥାନ କରାଯିବା ପାଇଁ ସମସ୍ତ ପଦକ୍ଷତ ନିଆଯାଇଛି ।

ସେହିପରି କାଠଗଡ଼ାଠାରେ ଓ ବନମାଳି ପ୍ରସାଦଠାରେ ମଧ୍ୟ ନିୟୁ ହାବିଟେସନର ଗୃହ, ନିର୍ମାଣ ପାଇଁ ଜାଗା ସିଲେକସନ କରାସରିଛି। ଏଥିପାଇଁ ଜରିପାଲ ତଳେ ରହୁଥିବା ଶିତୁଳିଆ ପରିବାରର ସଦସ୍ୟମାନେ ଛାତଘର ପାଇବାର ଆଶା ନେଇ ଖୁବ୍ ଖୁସି ଅଛନ୍ତି ।

new life
You might also like
error: Content is protected !!