News
WhatsApp Image 2023-10-04 at 17.25.00
samparksetu

ସ୍ନାୟୁ ଜନିତ ରୋଗରେ ପୀଡିତ ସମୀର : ଖବର ପ୍ରସାରଣ ପରେ ତୁରନ୍ତ ପଦକ୍ଷେପ ନେଲେ କର୍ତ୍ତୃପକ୍ଷ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ରାଇତଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୋକେଇଦା ଗ୍ରାମର ପୁରୁଷୋତ୍ତମ ସାହୁ ଙ୍କ ପୁଅ ସମୀର କାନ୍ତ ସାହୁ(୩୫) l ସମୀର ଗତ କିଛି ମାସ ହେବ ସ୍ନାୟୁ ଜନିତ ରୋଗରେ ପୀଡିତ, ତେଲଲୁଣ ସଂସାର ଘରର ଏକ ମାତ୍ର ରୋଜଗାର କ୍ଷମ ପୁଅ ହୋଇଥିବାରୁ ଏବେ ପରିବାର ଭରଣ ପୋଷଣ କାଠିକର ପାଠ ହୋଇପଡିଛି । ଅର୍ଥ ଅଭାବରୁ ଚିକିତ୍ସା ସାଜିଛି ବାଧକ, ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସମୀର ।

ପୂର୍ବରୁ ପ୍ରସାରିତ ଖବର

ତେବେ ଏନେଇ ଗତକାଲି ୧୭ ସେପ୍ଟେମ୍ବର ଦିନ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ କରିବା ସହ କର୍ତ୍ତୃପକ୍ଷଙ୍କ ଦୃଷ୍ଟିଗୋଚର କରାଯାଇଥିଲା, ଏ ଖବର ପ୍ରସାରଣ ପରେ ତୁରନ୍ତ ପଦକ୍ଷେପ ନେଇଥିଲେ କର୍ତ୍ତୃପକ୍ଷ । ଜିଲ୍ଲା ପ୍ରଶାସନ ର ସହାୟତା ରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ପଠାଯାଇଛି ।

new life
You might also like
error: Content is protected !!