News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ଶୁଣିଲେ ସରକାର ; ସଞ୍ଜୁ ଙ୍କୁ ମିଳିଲା ବିଧବା ଭତ୍ତା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ଲୋଧଣୀ ପଞ୍ଚାୟତର ପାଳସାହିର ସଞ୍ଜୁ ସାହୁ । ଆରପାରିରେ ସଞ୍ଜୁଙ୍କ ସ୍ୱାମୀ, ଜମିବାଡ଼ି କହିଲେ କିଛି ନାହିଁ । ହେଲେ ବିଧବା ଭତ୍ତା ଟିକିଏ ପାଇଁ ଏ ଦ୍ୱାର ସେ ଦ୍ୱାର ଦଉଡି ଦଉଡି ହତାସ ହେଉଥିଲେ , ଏ ଖବର ଆମେ ଗତ ଜୁନ ମାସ ୧୪ ତାରିଖରେ ପ୍ରକାଶ କରିବା ସହ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲୁ । ତେବେ ଖବର ପ୍ରସାରଣ ପରେ ସଞ୍ଜୁ ଙ୍କୁ ବିଧବା ଭତ୍ତା ଯୋଗାଇ ଦେଇଛନ୍ତି ସରକାର ।

ପୂର୍ବରୁ ପ୍ରସାରିତ ଖବର

ସୂଚନା ଅନୁଯାୟୀ ବିଗତ ୯ ମାସ ତଳେ ସଞ୍ଜୁଙ୍କ ସ୍ୱାମୀ ଆରପାରିକୁ ଚାଲିଜାଛନ୍ତି । ଚାରି ସନ୍ତାନ ମଧ୍ୟରୁ ଏକ ମାତ୍ର ଝିଅର ବିବାହ ହୋଇସାରିଥିବା ବେଳେ ଗୋଟିଏ ଘରେ ୩ବେକାର ପୁଅ । ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ସହ ଜମିରୁ ମିଳୁଥିବା କିଛି ଧାନରୁ ବହୁତ କଷ୍ଟରେ ଚଳୁଛନ୍ତି । ସ୍ବାମୀ ମୃତ୍ୟୁ ପରେ ବିଧବା ଭତ୍ତା ଟିଏ ପାଇଁ କେତେଥର ଗୁହାରୀ ହୋଇଛନ୍ତି । ତେବେ ସଞ୍ଜୁ ବର୍ତ୍ତମାନ ନିକର ଭତ୍ତା ପାଇବା ପରେ ଖୁସି ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!