News
WhatsApp Image 2023-10-04 at 17.25.00
samparksetu

ବୟସ ଷାଠିଏ ପାର କିନ୍ତୁ ମିଳିନି ବାର୍ଦ୍ଧକ୍ୟ ଭତ୍ତା ; କଷ୍ଟେ ମଷ୍ଟେ ଜୀଵନ ବିତାଉଛନ୍ତି ଆଦିବାସୀ ବୃଦ୍ଧ ଦମ୍ପତ୍ତି

ଆଦିବାସୀ ଦମ୍ପତ୍ତିଙ୍କ ବୟସ ଷାଠିଏ ପାର, ଆଧାର କାର୍ଡ ଅନୁଯାୟୀ ସ୍ବାମୀଙ୍କ ବୟସ ୬୮ ଓ ପତ୍ନୀଙ୍କ ବୟସ ୬୪। ଅନ୍ୟ ପଟେ ପତ୍ନୀଙ୍କୁ ଆଜକୁ ପନ୍ଦର ବର୍ଷ ହେଲା ଆଖିକୁ ଭଲ ଦେଖା ଯାଉ ନାହିଁ। ପରିବାର ଚଳାଇବା ପାଇଁ ଆଉ ସାମର୍ଥ୍ୟ ନାହିଁ। ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ୨୫ କିଗ୍ରା ଚାଉଳ ହିଁ ସବୁକିଛି। ଆଜିର ମହଙ୍ଗା ଯୁଗରେ ଚଳିବା କେତେ ଯେ କଷ୍ଟଦାୟକ କାହାକୁ ଅଛପା ନାହିଁ।

ଗଁଦିଆ ବ୍ଲକର ଷୋରିସିଆପଦା ପଞ୍ଚାୟତର ପାହାଡ଼ ଜଙ୍ଗଲ ଘେରା ଚଟିଘର ଗାଁ। ଦେଓଗାଁ-ଟାଙ୍ଗି ରାସ୍ତାରେ ଥିବା ଢେଙ୍କାନାଳ ଜିଲ୍ଲାର ସୀମାନ୍ତ ଗାଁ। ନିର୍ବାଚନ ଛଡ଼ା ଅନ୍ୟ ବେଳେ କୌଣସି ନେତା ମନ୍ତ୍ରୀଙ୍କ ପାଦ ପଡ଼େ ନାହିଁ ଏହି ଗାଁ ରେ। ଏହି ଗାଁ ଆଦିବାସୀ ଦମ୍ପତ୍ତି ମଙ୍ଗୁ ଜଙ୍ଗ (୬୮) ଓ ଜାନକୀ ଜଙ୍ଗ(୬୪)।

ଜାନକୀ ଜଣେ ଦିବ୍ଯାଙ୍ଗ ମଧ୍ୟ। ଉଭୟଙ୍କ ବୟସ ଦୃଷ୍ଟିରୁ ବାର୍ଦ୍ଧକ୍ୟ ଭତ୍ତା ପାଇବା ଯୋଗ୍ୟ ହେଲେ ଶିକ୍ଷାର ଅଭାବ ଓ ଗରିବ ଶ୍ରେଣୀର ଆଦିବାସୀ ହୋଇଥିବାରୁ ସରକାରୀ ଯୋଜନା ପାଇବାରୁ ବଞ୍ଚିତ ହୋଇଛନ୍ତି। ସରପଞ୍ଚଙ୍କୁ ଏ ବିଷୟରେ ଜଣାଇଥିଲେ ସୁଦ୍ଧା କିଛି ସୁଫଳ ମିଳି ନାହିଁ। ନା କୌଣସି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ସେ ଗାଁର ଲୋକଙ୍କ ସମସ୍ୟା ପ୍ରତି ପଡୁଛି। ତାଙ୍କ ପରି ଅନେକ ଲୋକ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି।

new life
You might also like
error: Content is protected !!