News
WhatsApp Image 2023-10-04 at 17.25.00
samparksetu

ଭଙ୍ଗାକୁଡ଼ିଆରେ ଦିନ କାଟୁଛନ୍ତି ବଂଶୀ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ କଳିଙ୍ଗା ଗ୍ରାମ ୱାର୍ଡ.ନଂ- ୪ର ସ୍ବର୍ଗତ ଜଗବନ୍ଧୁ ବେହେରାଙ୍କ ପୁଅ ବଂଶୀଧର ବେହେରା । ପେଷାରେ ଜଣେ ଛେଳି ଚରାଳି ତେଲ ଲୁଣ ସଂସାର ହାତକୁ ପେଟ, ରହିବାକୁ ନାହିଁ ଖଣ୍ଡିଏ ଉପଯୋଗି ଘର । ଭଙ୍ଗା କୁଡ଼ିଆରେ ନିଜ ସ୍ତ୍ରୀ ଓ ଝିଅ ସହ ଦୁଃଖର ସହ ଦିନ କାଟୁଛନ୍ତି ବଂଶୀ ।

ଝିଅ ଭବିଷ୍ୟତରେ ଜଣେ ଡାକ୍ତର କିମ୍ବା ଇଞ୍ଜିନିୟର ହୋଇ ଲୋକଙ୍କ ସେବା କରିବାର ମନ ବଳାଇଛନ୍ତି । କିନ୍ତୁ ଭଙ୍ଗା କୁଡିଆ ଘର ଭିତରେ ଖୁବ୍ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ବଂଶୀ ଓ ତାଙ୍କ ପରିବାର । ପକ୍କାଘର ଖଣ୍ଡେ ପାଇଁ ସ୍ଥାନୀୟ ସରପଞ୍ଚ ବା ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ପାଇନାହାନ୍ତି ।

ସରକାରୀ ଯୋଜନା ଅନୁଯାୟୀ ଯଦି ବଂଶୀଧରଙ୍କୁ ଯଦି ପକ୍କା ଘରଟିଏ ମିଳନ୍ତା ତେବେ ତାଙ୍କ ପରିବାରସହ ସୁଖରେ ଦିନ କାଟିପାରନ୍ତେ ।

new life
You might also like
error: Content is protected !!