ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ର ଗଡଖଙ୍କିରା ମା ତାରିଣୀ ମନ୍ଦିର ମା ଙ୍କ କୃପାରୁ ପର୍ଯ୍ୟଟନ କ୍ଷେତ୍ରରେ ଏହା ୨ୟ ଘଟ ଗାଁ ର ସୂଚନା ପ୍ରଦାନ କରୁଛି ।
ଏହି ମନ୍ଦିର ଟି ୨୦୧୨ ଅକ୍ଟୋବର ୧ ତାରିଖ ଦିନ ପ୍ରତିଷ୍ଠା ହୋଇଥିଲା । ମନ୍ଦିର ର ନିର୍ମାଣ କାର୍ଯ୍ୟ ୨୦୦୮ ଆରମ୍ଭ ହୋଇ ୨୦୧୨ ଶେଷ ହୋଇଥିଲା ।
ଏହି ମନ୍ଦିର ଢେଙ୍କାନାଳ , କଟକ ଓ ଯାଜପୁର ର ସୀମାବର୍ତ୍ତୀ ପଞ୍ଚାୟତ ଗଡ ଖଙ୍କିରା ର ପାହାଡ ପାଦ ଦେଶର ଏକ ସୁନ୍ଦର ମାନମୁଗ୍ଧ ସବୁଜ ପରିବେଶ ମଧ୍ୟରେ ଅବସ୍ଥିତ । ମନ୍ଦିର ର ଅନେକ ମହତ୍ତ୍ୱ ରହିଛି , ଭକ୍ତଙ୍କ କହିବା ଅନୁଯାୟୀ ମା ଙ୍କ ଶରଣ କୁ ଆସିଲେ ମା କାହାକୁ କେବେ ନିରାଶ କରନ୍ତି ନାହିଁ ।
ଦଶହରାରେ ମା ଙ୍କର ଅନୁଷ୍ଠିତ ହୋଇଥାଏ ବଡ ପର୍ବ । ଏହି ପର୍ବରେ ମୁଖ୍ୟ ଆକର୍ଷଣ ହୋଇଥାଏ ରାବଣ ପୋଡି ।
ଏହି ମନ୍ଦିର ର ଦୂରତା କପିଳାଶ ଠାରୁ ମାତ୍ର ୩୦ କିମି ହୋଇଥିଲା ବେଳେ କଟକ ରୁ ୪୦ କିମି ଏବଂ ଚଣ୍ଡୀଖୋଲ ମହାବିନାୟକ ଠାରୁ ମାତ୍ର ୧୮ କିମି ।